ଓଡିଶା

ଲାଇନ ସଜାଡୁଥିବା ବେଳେ ବିଦ୍ୟୁୂତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

(ସେଖ୍ ଫଇଜନ କାଦ୍ରୀ/ଭଦ୍ରକ): ଖୁଣ୍ଟରେ ଚଢି ଲାଇନ ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣକ ଧାମନଗର ଥାନା କରଦା ଅଞ୍ଚଳର ଜ୍ଞାନଜିତ ଦାସ ବୋଲି ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ ବର୍ଷା ଯୋଗୁଁ ବିଦ୍ୟୁତ କଟି ଯାଇଥିଲା । ଏହି ସମୟରେ କର୍ମଚାରୀ ଜଣକ ଖୁଣ୍ଟରେ ଚଢି ଲାଇନ ସଜାଡୁଥିବା ସମୟରେ କରେଣ୍ଟ ଆସିଯାଇଥିଲାା ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲାା ପରେ ତାଙ୍କ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଯାଇଥିଲାା ପରିବାର ଲୋକ ମେଡିକାଲରୁ ମୃତ ଶରୀରକୁ ଆଣିବା ପରେ ବାଇପାସ ସ୍ଥିତ ନେସ୍କୋ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲୋ ମୃତକଙ୍କ ପରିବାର ଲୋକଙ୍କୁ ଚାକିରୀ ଦେବା ସହ ଅନ୍ୟାନ୍ୟ ଦାବି ରଖିଛନ୍ତି ପରିବାର ଲୋକେ । ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଆଜି କର୍ମଚାରି ଙ୍କ ର ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ପରେ ବିଦ୍ୟୁତ ବିଭାଗ ଅଧିକାରୀ ଏନେଇ ତଦନ୍ତ କରିଛନ୍ତି । ଅନ୍ୟପଟେ କର୍ମଚାରୀ ଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ବିଦ୍ୟୁତ ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀା ଯାହା ସବୁ କ୍ଷତି ପୂରଣ ମିଳିବାର ଅଛି ତାହା ନିଶ୍ଚୟ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

Related posts

ରାଜ୍ୟ ବାହାରୁ ୨ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

mahabharatanews

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews

ସରିଲା ବିଧାନସଭାର ମୌସୁମୀ ଅଧିବେଶନ

mahabharatanews