Uncategorized

ନେପାଳରେ ସଂଶୋଧିତ ବିବାଦୀୟ ନକ୍ସା ଗୃହୀତ

ନୂଆଦିଲ୍ଲୀ: ଗୋଟିଏ ପଟେ ନେପାଳରେ ବିବାଦୀୟ ନକ୍ସାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସେଠାକାର ପାର୍ଲାମେଣ୍ଟରେ ଏହା ଗୃହୀତ ହୋଇଛି। ପାର୍ଲାମେଣ୍ଟର ମୋଟ ୨୭୫ ସଦସ୍ୟଙ୍କ ମଧ୍ୟରୁ ୨୫୮ ସଦସ୍ୟ ସଂଶୋଧିତ ନକ୍ସାକୁ ସମର୍ଥନ କରିଥିଲେ। ବିରୋଧୀ ଦଳ ନେପାଳୀ କଂଗ୍ରେସ, ରାଷ୍ଟ୍ରୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ସଦସ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ବିଧେୟକ ପାଇଁ ୭୨ ଘଣ୍ଟାର ଆଲୋଚନା ଧାର୍ୟ୍ୟ ହୋଇଥିଲେ ମଧ୍ୟ ଗୋଟିଏ ଦିନରେ ଏହା ଗୃହୀତ ହୋଇଛି।
ଏବେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ସଂଶୋଧିତ ନକ୍ସାରେ ଉତ୍ତରାଖଣ୍ଡ ଅନ୍ତର୍ଗତ ଲିପୁଲେଖ, କଳାପାଣି ଓ ଲିମ୍ପିଆଦୁରାକୁ ନେପାଳ ନିଜର ବୋଲି ଦର୍ଶାଇଛି। ଏହା ଉପରେ ଭାରତ ପକ୍ଷରୁ କୁହାଯାଇଛି ଯେ ନେପାଳର ସୀମା ପରିବର୍ଦ୍ଧନ ଦାବି କୃତ୍ରିମ। ଏହାର ଐତିହାସିକ ବାସ୍ତବତା ନାହିଁ କିମ୍ବା ନେପାଳର ଦାବି ଅନୁସାରେ ତଥ୍ୟ ପ୍ରମାଣ ନାହିଁ। ଏହାକୁ ଆମେ ପୂର୍ବରୁ ବିରୋଧ କରିଆସିଛୁ ।
ଗତ ମାସରେ ଭାରତ କୈଳାସ ମାନୋସରବରକୁ ନିର୍ମିତ ଏକ ୮୦କିମି ରାସ୍ତା ଉଦ୍‌ଘାଟନ କରିବା ପରେ ନେପାଳ ତରବରିଆ ଭାବେ ଏଭଳି ପଦକ୍ଷେପ ନେଇଛି।
ଶନିବାର ସଂଶୋଧିତ ନକ୍ସାକୁ ବିରୋଧ କରି ନେପାଳ ନାଗରିକଙ୍କ ପକ୍ଷରୁ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ନକ୍ସାକୁ ନେଇ ସରକାର ବିରୋଧରେ ନେପାଳ ଜନତା ଠିଆହୋଇଛନ୍ତି । ଏବେ ଦେଖିବାକୁ ରହିଲା ଏହା ଉପରେ ଭାରତ କି ପଦକ୍ଷେପ ନେଉଛି ।

Related posts

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ

mahabharatanews

ହାପିନେସ କ୍କାସରେ ଯୋଗ ଦେଲେ ମେଲାନିଆ

mahabharatanews

ଛାତ୍ରୀଙ୍କୁ ଉଲଗ୍ନ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews