ଓଡିଶା

ଜୁନ ୧୭ ବଦଳରେ ୩୦ ପରେ କଲେଜ ଖୋଲିବାକୁ ଦାବି

ଭୁବନେଶ୍ବର: ଜୁନ୍‌ ୧୭ରୁ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପ୍ରସଙ୍ଗରେ ଆଜି ୬୬୨ ଓ ୪୮୮ ଅଧ୍ୟାପକ ସଂଘ ପ୍ରତିନିଧି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଛନ୍ତି। ଜୁନ୍‌ ୧୭ରେ କଲେଜ ଓ ବିଶ୍ବବିଦ୍ୟାଳୟ ନ ଖୋଲିବାକୁ ସଂଘ ଦାବି କରିଛି। ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ବି ଦାବି ହୋଇଛି। ଅଧିକାଂଶ କଲେଜରେ ସଙ୍ଗରୋଧ କେନ୍ଦ୍ର ଚାଲିଥିବାରୁ ୧୭ରେ କଲେଜ ନ ଖୋଲିବାକୁ ଦାବି କରିଛନ୍ତି ଅଧ୍ୟାପକ ସଂଘ ।
ଗୋଟିଏ ପଟେ ଜୁଲାଇ ୩୧ ପର୍ୟ୍ୟନ୍ତ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ଅଗଷ୍ଟ୧୫ ପରେ ସ୍କୁଲ ଓ କଲେଜ ଖୋଲିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ଏଭଳି ସମୟରେ କଲେଜ ଓ ବିଶ୍ବବିଦ୍ୟାଳୟ ‌ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିଛି।

Related posts

କଲ। ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ

mahabharatanews

ପୁରୀରେ ଅଗ୍ନିକାଣ୍ଡ , ୮ଲକ୍ଷ ଟଙ୍କର ସମ୍ପତ୍ତି ନଷ୍ଟ

mahabharatanews

ଶାନ୍ତିପଡାରେ ଏକ ଆତ୍ମହତ୍ୟା

mahabharatanews