ଵାଣିଜ୍ୟ

ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ୧୩ତମ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଶୁକ୍ରବାର ପୁଣି ଥରେ ତୈଳଦର ବୃଦ୍ଧି ଘଟାଇଛନ୍ତି ତୈଳ କମ୍ପାନୀ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇ ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୮.୩୭ ଟଙ୍କା ଓ ଡିଜେଲର ମୂଲ୍ୟ ୭୭.୦୬ ଟଙ୍କା ହୋଇଛି। ସେହିପରି ଭୁବନେଶ୍ବରରେ ଆଜିର ପେଟ୍ରୋଲ ଲିଟର ପିଛା ୭୭.୮୯ ଏବଂ ଡିଜେଲ ୭୪.୯୩ ଟଙ୍କା ହୋଇଯାଇଛି । ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିର୍ଘ ୮୨ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ବିଗତ ୧୩ ଦିନ ହେବ ଲଗାତର ବୃଦ୍ଧି ପାଇବାରେ ଲାଗିଛି।

Related posts

୨୦୨୩ରୁ ଜନସନ ଏଣ୍ଡ ଜନସନ ପାଉଡର ବିକ୍ରି ବନ୍ଦ ହେବ

mahabharatanews

ସରିଛି ୫ଜି ସ୍ପେକ୍ଟ୍ରମ ନିଲାମ

mahabharatanews

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

mahabharatanews