ଓଡିଶା

ରଥ ଯାତ୍ରାରେ ଲାଗିଲା ରୋକ,ଜଗନ୍ନାଥ ମନ୍ଦିର ବେଢାରେ ପଟିଦିଅଁ ଙ୍କୁ କରାଯିବ ପରିକ୍ରମା

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତ୍ୟବ୍ୟସ୍ତ କରିପକାଇଥିବା ବେଳେ ଲକଡାଉନ ପରିସ୍ଥିତି ଓ କରୋନା ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ବନ୍ଦରଖିବା ନିମନ୍ତେ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଘୋଷଣା ନାମା ହେବାପରେ ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାରେ ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ନାନାପ୍ରକାର ପ୍ରତିକ୍ରୀୟା ପ୍ରକାଶ ପାଇଛି । କେହି ଏହାକୁ ପ୍ରଭୁ ଶ୍ରୀଜଗନ୍ନାଥ ଓ ହିନ୍ଦୁସମାଜ ପାଇଁ ଷଡଯନ୍ତ୍ର ବୋଲି କହୁଥିବା ବେଳେ ଆଉ କିଛି ଭକ୍ତ ଓ ବୁଦ୍ଧିଜୀବୀ ମାନ୍ୟବର ଉଚ୍ଚତମ ନ୍ୟାୟଳୟର ରାୟକୁ ସମ୍ମାନ ଜଣାଇ ରଥ ଯାତ୍ରା ହେଲେ ହଜାର ହଜାର ଲୋକଙ୍କ ସମାଗମ ହେବ, ଏହା ଦ୍ୱାରା କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଥିବାରୁ ରଥ ଟଣାକୁ ବନ୍ଦକରାଯିବା ସ୍ୱାଗତ ଯୋଗ୍ୟବୋଲି କହିଛନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାର ରାଜପୌରହିତ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ବିନାୟକ ସତପଥୀ କହିଛନ୍ତି ବିଶ୍ୱର ବଡଠାକୁର ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରାର ନିତି ନିୟମ ପରମ୍ପରାକୁ ବନ୍ଦ କରିହେବନାହିଁ । କରୋନା ସଂକ୍ରମଣ ପାଇଁ ରଥ ଟଣା ବନ୍ଦହେଉ ,ରତ୍ନସିଂହାସନରେ ଚତୁର୍ଦ୍ଦାମୂର୍ତି ଙ୍କ ରଥ ଯାତ୍ରାର ନିତୀ ନିୟମ ପାଳନ କରାଯାଇ ପଟିଦିଅଁ (ତିନିଠାକୁର)ଙ୍କୁ ଛୋଟ ରଥରେ ସ୍ଥାପନ କରି କେବଳ ପୂଜକ ସେବାୟତ ମାନେ କରୋନା ନିୟମପାଳନ କରି ମୁହଁରେମାସ୍କ ପିନ୍ଧି ସାମିଜିକ ଦୂରତା ରକ୍ଷାକରି ମନ୍ଦିର ବେଢାରେ ସେହି ରଥକୁ ସାତଥର ପରିକ୍ରମା କରିବେ । ଏହା ଦ୍ୱାରା ଲକଡାଉନ ନିୟମ ଉଲଘଂନ ହେବ ନାହିଁକି କରୋନା ସଂକ୍ରମଣର ଭୟ ରହିବନାହିଁ । ମନ୍ଦିର ବେଢାକୁ ଅନ୍ୟ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ, କେବଳ ମନ୍ଦିର ପୂଜକ ଠାକୁରଙ୍କ ନିକଟରେ ଭୋଗ ଲଗାଇବା ସହ ଅନ୍ୟାନ୍ୟ ରିତି ନିତିକାନ୍ତି ସବୁପାଳନ କରିବେ । ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆ ନ ଯାଇ ସେହିମନ୍ଦିର ବେଢାରେ ରଖାଯାଇ ସମସ୍ତ କାର୍ୟ୍ୟ ସମ୍ପନ କରାଯିବ ବୋଲି ପଣ୍ଡିତ ଶ୍ରୀ ସତପଥୀ ସୁଚନା ଦେଇଛନ୍ତି ।

Related posts

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

mahabharatanews

ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

mahabharatanews

କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ

mahabharatanews