ଓଡିଶା

ଡିଜିପି ଲାଲଗଡରେ ଥାନା ଉଦ୍ଘାଟନ କଲେ 

ମାଲକାନଗିରି: ନକ୍ସଲ ଉପଦ୍ରତ ମାଲକାନଗିରି ଜିଲ୍ଲାର ଲାଲଗଡରେ ଏକ ନୂତନ ଥାନା ଉଦଘାଟିତ ହୋଇଛି । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତରେ ନୂତନ ଥାନା ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ ।
ଆଜି ଡିଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ଯାଇ ଜୋଡାଆମ୍ବଠାରେ ଏକ ନୁତନ ଥାନା ଉଦଘାଟନ କରିଥିଲେ । ଥାନା ଉଦଘାଟନ ବେଳେ ଡିଜି ଜାତୀୟ ପତାକା ମଧ୍ୟ ଉତ୍ତୋଳନ କରିଥିଲେ । ପରେ ସ୍ବାଭିମାନ ଅଞ୍ଚଳର ତିନୋଟି ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ପରେ ମାଲକାନଗିରି ଏସପିଙ୍କ କାର୍ୟ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡିଶା ପୋଲିସ ଓ ବିଏସଏଫ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟତଃ ଜିଲ୍ଲାରେ ନକ୍ସଲ ମୁକାବିଲା ନେଇ ବୈଠକରେ ଆଲୋଚନା ସହ ବିଭିନ୍ନ ଋଣନୀତି ପ୍ରସ୍ତୁତ କରାଯାଇଥିଲା।

Related posts

ଓଡିଶା ଦିବସ ପାଳନ ନିମନ୍ତେ ବୈଠକ

mahabharatanews

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews

ଓଡ଼ିଶାରେ ଖୋଲିବ ୨ଶହ ଗୋଶାଳା

mahabharatanews