ଓଡିଶା

ବ୍ଲକ ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟସ୍ତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

(ତାରାକାନ୍ତ ନାୟକ/ ସାଲେପୁର): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ପଂଚାୟତ ସମିତି ସଭା ଗୃହରେ ବିପର୍ୟ୍ୟୟ ମୁକାବିଲା ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଓ ମକଡ୍ରିଲ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାହାଙ୍ଗା ବ୍ଲକର ୩୭ ଗୋଟି ପଂଚାୟତ ଭିତରେ ବିରୂପା ଓ ଗେଙ୍ଗୁଟି ୨ଟି ବଡ ନଦୀ ସହ ସାନ ଗେଙ୍ଗୁଟି ନଦୀ ଗୋବରୀ ନଦୀ, ଶୁକ ନଦୀ ପ୍ରବାହିତ ହେଉଛି। ନଦୀ କୁଳିଆ ଅଂଚଳରେ ଯେଉଁ ସବୁ ଜନବସତି ରହିଛି ସମ୍ଭାବ୍ୟ ବନ୍ୟାକୁ ମୁକାବିଲା ପାଇଁ ପ୍ରଶାସନ ଆଗୁଆ ସଜାଗ ରହିବାକୁ ଯୋଜନା ପ୍ରସ୍ତୁତ କରିଛି। ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ,ଏବିଡ଼ିଓ, ମହେଶ୍ୱର ସେଠି,ଜିପିଓ,ସାମାଜିକ କର୍ମୀ ମଧୁସୂଦନ ଦାସଙ୍କ ସହିତ ବହୁ ନିର୍ବାଚିତ ପ୍ରତିନିଧି ,ଆଶା,ଅଙ୍ଗନବାଡି କର୍ମୀ, ସ୍ବେଛାସେବୀ ଅନୁଷ୍ଠାନ ଉପସ୍ଥିତ ଥିଲେ।

Related posts

‘ଶିକ୍ଷାସାଥି ଆପ୍’ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଶିକ୍ଷକ

mahabharatanews

ବଢୁଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୨୧୧ ରୋଗୀ ଚିହ୍ନଟ 

mahabharatanews

ବମିଖାଲ ପୂଜାମଣ୍ଡପରେ ୧୫ ମିନିଟରେ ଚୋରି ହେଲା ୪ଟି ଚେନ

mahabharatanews