ଓଡିଶା

ସାମାଜିକ ଦୂରତା ରକ୍ଷା କରି ଯୋଗଦିବସ ପାଳିତ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): କରୋନା ମହାମାରୀ କବଳରେ ବିଶ୍ବ ବର୍ତ୍ତମାନ ପ୍ରଭାବିତ।ତଥାପି ଷଷ୍ଠତମ ଆନ୍ତର୍ଜାତିୟ ଯୋଗ ଦିବସ ଆଡମ୍ବରରେ ପାଳନ ହୋଇନଥିଲେ ସୁଦ୍ଧା “ୟୋଗା ଫର ହେଲ୍ଥ, ୟୋଗା ଆଟ୍ ହୋମ୍” ବିଚାରରେ ପଲ୍ଲୀ ଠାରୁ ଦିଲ୍ଲୀ ଯୋଗଭ୍ୟାସ ହେବା ପରିଲକ୍ଷିତ ହୋଇଛି।ସେଭଳି ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମରେ ଯୁବ ସମାଜସେବୀ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ବରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ପାଳନ କରି ଗ୍ରାମର ପିଲାମାନଙ୍କୁ ନେଇ ଯୋଗ ଦିବସ ପାଳିତ ହୋଇଯାଇଛି।ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା।ଯୋଗ ଏପରି ଏକ ମାଧ୍ୟମ ଯାହା ଉଭୟ ମନ ଓ ଶରୀରକୁ ଶକ୍ତି ଯୋଗାଇଥାଏ।ଶରୀର ସୁସ୍ଥ ରହିବା ସହ ମଣିଷର କାର୍ୟ୍ୟ ଓ ବିଦ୍ୟାର୍ଥୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପକାଇଥାଏ।ଏହି କାର୍ୟ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଯୋଗ,ପ୍ରାଣାୟାମ,ଆସନ ଅଭ୍ୟାସ କରିବା ସହ ଯୋଗର ମହତ୍ବ ବିଷୟରେ ଆଲୋକପାତ କରିଥିଲେ

Related posts

ବିଧାନସଭା ଚାରିପାଖରେ ୮ ପ୍ଲାଟୁନ ପୁଲିସ ମୁତୟନ ହେବେ

mahabharatanews

ଆଖି ବୁଜିଲେ ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ 

mahabharatanews

ବେଧଡକ ଭାବେ ରାଇରଙ୍ଗପୁରରେ ଚାଲିଛି ଚୋରାମଦ କାରବାର

mahabharatanews