ଅପରାଧ

ଗଞ୍ଜାମରେ ଗୋ ମାଂସ ଟ୍ରକ ଜବତ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ଏକ ଟ୍ରକରେ ଭର୍ତି ହୋଇ ଗୋ ମାଂସ ଚାଲାଣ ବେଳେ ତାହାକୁ କାବୁ କରିଛନ୍ତି ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀ ମାନେ ଟ୍ରକଟି ପଶ୍ଚିମବଙ୍ଗରୁ ଏହି ଗୋ ମାଂସ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା ଡ୍ରାଇଭର ଜଣକ କହିଛି । ଟ୍ରକଟି ଏନଏଚ ୧୬ ଦେଇ ଆନ୍ଧ୍ର ପଟକୁ ଯାଉଥିବା ଖବର ପାଇଥିଲେ ବଜରଙ୍ଗ ଦଳକର୍ମୀ ମାନେ । ସେମାନେ ପିଛା କରିଥିଲେ ଟ୍ରକର । ଏନେଇ ଗଜ୍ଞାମ ଜିଲ୍ଲା ଗୋଳନ୍ଥରା ଥାନା ପୋଲିସକୁ ବି ଖବର ଦେଇଥିଲେ କିନ୍ତୁ ପୋଲିସ ସଫଳ ହୋଇପାରିନଥିଲା କାବୁ କରିବାକୁ । ପରେ ବଜରଙ୍ଗ ଦଳ କର୍ମୀ ମାନେ ପିଛା କରି ଆନ୍ଧ୍ର ଓଡିଶା ସୀମାନ୍ତ ପୁରୁଷୋତପୁର ଠାରେ କାବୁ କରିଥିଲେ । ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୋଲିସ ସେଠାରେ ପହଞ୍ଚି ଟ୍ରକକୁ ଜବତ କରିଛି ।ପରେ ଟ୍ରକ ଭିତରେ ଥିବା ପ୍ୟାକେଟ ଗୁଡିକୁ ଖୋଲି ଦେଖିଲା ବେଳକୁ ପୋଲିସ ଓ ବଜରଙ୍ଗ ଦଳ କର୍ମୀ ମାନେ ଆଚମ୍ବିତ ହୋଇଯାଇଥିଲେ ।ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସ ଚାଲାଣ ହେଉଥିବା ଦେଖାଯାଇଛି । ସେ ଗୁଡିକ ଚୀନ କିମ୍ବା ଜାପାନକୁ ଚେନ୍ନାଇ ଦେଇ ଯାଉ ଥିବା ସନ୍ଦେହ କରାଯାଉଛି ।ତେବେ ଏହି ମାଂସ ଗୁଡିକ ନିୟମ ଅନୁସାରେ ଚାଲାଣ ହେଉଛି ନା ନାହିଁ ସେଗୁଡିକର ତଦନ୍ତ କରିବ ଇଚ୍ଛାପୁର ପୋଲିସ ବୋଲି ବ୍ରହ୍ମପୁର ବଜରଙ୍ଗ ଦଳର ସଭାପତି କହିଛନ୍ତି ।

Related posts

୨ ନାବାଳିକାକୁ ଦୁଷ୍କର୍ମ କଲେ ୪ ଯୁବକ , ଥାନାରେ ଅଭିଯୋଗ ଅଣିଲେ ପରିବାର

mahabharatanews

ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ

mahabharatanews

ନିଶା କାରବାର ରୋକିବାରେ କ୍ରାଇମବାଞ୍ଚ ଏସଟିଏଫର ଆଉ ଏକ ବଡ଼ ସଫଳତା

mahabharatanews

Leave a Comment