ଓଡିଶା

ବାଇକ୍ ଓ କାର ମୁହଁମୁହିଁ ଧକ୍କା , ଦୁଇ ଗୁରୁତର

(ଖଗେଶ୍ୱର ପିଙ୍ଗୁଆ/ପାଲଲହଡା): ଆଜି ସକାଳ ପ୍ରାୟ ୧୧ଟା ସମୟରେ ଅନୁଗୁଳ ଜିଲ୍ଲା ପାଳଲହଡା ବାଇପାସ ଛକ ପାଖରେ ଏକ କାର ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଛି ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା କ୍ରମେ ନିଜ କର୍ମ ସ୍ଥାନ ଦେବଗଡ଼ ଜିଲ୍ଲା ସୀମାନ୍ତ ଗୁରୁସଙ୍ଗ କୁ ବାଇକ୍ ଯୋଗେ ବସନ୍ତ ବେହେରା (୩୫) ଓ ପ୍ୟାରୀ ମୋହନ ନାୟକ ଦୁହେଁ ମିଶି ନିଜ ଘର ଅଭିମୁଖେ ଯାଉଥିବା ବେଳେ ପାଳଲହଡା ବାଇପାସ ଛକ ରୁ ବିପରୀତ ଦିଗରୁ ଆସୁଥିବା ଏକ କାର. ଓଡ଼ିଆ (୧୪ ସି ୯୪୮୦) ମୁହାଁମୁହିଁ ଧକ୍କା ଦେଇଥିଲା ଘଟଣା ସ୍ଥଳରୁ କାର ଚାଳକ ଫେରାର ହୋଇଯାଇଥିବା ବେଳେ ଦୁଇ ବାଇକ୍ ଆରୋହୀ ଗାଡିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପାଲଲହଡା ପୋଲିସ ଆସି ସହଯୋଗ କ୍ରମେ ଘଟଣା ସ୍ଥଳରେ ପହଂଚି ଦୁହିଁଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Related posts

ଜନ୍ମକଲା ମା’କୁ ହତ୍ୟା କଲା ପୁଅ

mahabharatanews

ପଣ୍ଡିଗାଁ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

mahabharatanews

୨୪ ଘଣ୍ଟା ମଧ୍ୟରେ ୧୨୪୭ କରୋନା ପଜିଟିଭ୍ ଚିହ୍ନଟ

mahabharatanews