ଓଡିଶା

ବାଇକ୍ ଓ କାର ମୁହଁମୁହିଁ ଧକ୍କା , ଦୁଇ ଗୁରୁତର

(ଖଗେଶ୍ୱର ପିଙ୍ଗୁଆ/ପାଲଲହଡା): ଆଜି ସକାଳ ପ୍ରାୟ ୧୧ଟା ସମୟରେ ଅନୁଗୁଳ ଜିଲ୍ଲା ପାଳଲହଡା ବାଇପାସ ଛକ ପାଖରେ ଏକ କାର ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଛି ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା କ୍ରମେ ନିଜ କର୍ମ ସ୍ଥାନ ଦେବଗଡ଼ ଜିଲ୍ଲା ସୀମାନ୍ତ ଗୁରୁସଙ୍ଗ କୁ ବାଇକ୍ ଯୋଗେ ବସନ୍ତ ବେହେରା (୩୫) ଓ ପ୍ୟାରୀ ମୋହନ ନାୟକ ଦୁହେଁ ମିଶି ନିଜ ଘର ଅଭିମୁଖେ ଯାଉଥିବା ବେଳେ ପାଳଲହଡା ବାଇପାସ ଛକ ରୁ ବିପରୀତ ଦିଗରୁ ଆସୁଥିବା ଏକ କାର. ଓଡ଼ିଆ (୧୪ ସି ୯୪୮୦) ମୁହାଁମୁହିଁ ଧକ୍କା ଦେଇଥିଲା ଘଟଣା ସ୍ଥଳରୁ କାର ଚାଳକ ଫେରାର ହୋଇଯାଇଥିବା ବେଳେ ଦୁଇ ବାଇକ୍ ଆରୋହୀ ଗାଡିରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପାଲଲହଡା ପୋଲିସ ଆସି ସହଯୋଗ କ୍ରମେ ଘଟଣା ସ୍ଥଳରେ ପହଂଚି ଦୁହିଁଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Related posts

ହାତୀ ଆକ୍ରମଣ ଉପରେ ଲାଗିବ ରୋକ 

mahabharatanews

ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁ

mahabharatanews

ରୁବେଲା ଭାଇରସ; ଗର୍ଭବତୀଙ୍କୁ ସତର୍କ ରହିବାକୁ ନିର୍ଦେଶ

mahabharatanews