ମୁମ୍ବାଇ: ଗଲୱାନ ଘାଟିରେ ଚୀନ ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧି ମନୋଭାବ ପ୍ରକାଶ ପାଇଛି । ଚୀନ ସାମଗ୍ରୀ ବର୍ଜନ ପାଇଁ ଦାବି ଜୋର ଧରିଥିବା ବେଳେ ମହାରାଷ୍ଟ୍ର ସରକାର ଚୀନର ୩ କମ୍ପାନୀର ପ୍ରୋଜେକ୍ଟ ରଦ୍ଦ କରିଛନ୍ତି । ଏହି ପ୍ରୋଜେକ୍ଟ ପାଖାପାଖି ୫ ହଜାର କୋଟି ଟଙ୍କାର ଥିଲା । ରଦ୍ଦ କରାଯାଇଥିବା ପ୍ରଜେକ୍ଟରେ ପୁନେ ସୀମାରେ ଥିବା ତାଲେଗାଓଁରେ ଇଲେକ୍ଟ୍ରିକ ଯାନବାହାନର ଫ୍ୟାକ୍ଟ୍ରି ରହିଛି, ଯାହାର ପ୍ରାୟ ୩ ହଜାର ୫୦୦ କୋଟି ଟଙ୍କା ହେବ ।
ଏହା ପୂର୍ବରୁ ଟେଲିକମ ବିଭାଗ ଭାରତ ସଞ୍ଚାର ନିଗମ ଲିମିଟେଡ଼ ୪ଜି ଅପଗ୍ରେଡେସନ ସୁବିଧାରେ ଚୀନ ସାମଗ୍ରୀ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିଲା । ଟେଲିକମ ବିଭାଗ ବିଏସଏନଏଲ ସହିତ ଏ ସମ୍ପର୍କରେ ନିଜ ଟେଣ୍ଡର ଉପରେ ପୁଣିଥରେ କାମ କରିବାକୁ ନିର୍ଦେଶ ଦେଇଛି । ଦେଶର ଘରୋଇ ମୋବାଇଲ ସର୍ଭିସ ଅପରେଟର୍ସ ମଧ୍ୟ ଚୀନ କମ୍ପାନୀର ଉତ୍ପାଦ ଉପରେ କିଭଳି କମ ନିର୍ଭର କରିବେ ତା ଉପରେ ମଧ୍ୟ ଟେଲିକମ ବିଭାଗ ବିଚାର କରୁଛି । ରେଳବାଇ ମଧ୍ୟ ପୂର୍ବରୁ ତାର ପ୍ରୋଜେକ୍ଟ ଚୀନ କମ୍ପାନୀ ସହ ରଦ୍ଦ କରି ସାରିଛି ।
previous post
next post
