ଓଡିଶା

ପେଟ୍ରୋଲ ପମ୍ପରେ କଡ଼ା ଯାଞ୍ଚ

(ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପମାନଙ୍କରେ ବିଭିନ୍ନ ପ୍ରକାରର ମିଶ୍ରଣର ଅଭିଯୋଗ ଆସିଥାଏ। ସାଧାରଣତଃ ବର୍ଷା ଦିନରେ ପେଟ୍ରୋଲ ପମ୍ପମାନଙ୍କରେ ପେଟ୍ରୋଲରେ ପାନୀୟ ଜଳ ମିଶ୍ରଣରର ମଧ୍ୟ ପୂର୍ବ ଦିନ ମାନଙ୍କରେ ନଜିର୍ ରହିଚି। ଆଜି ସିଏସଓଙ୍କ ନେତୃତ୍ଵରେ ତିନି ଜଣିଆ ଏକ ଦଳ ଜିଲ୍ଲାର ସଦର ମହକୁମା ସ୍ଥିତ ବି ଏମ୍ ଏସ୍ ପେଟ୍ରୋଲ ପମ୍ପରେ ଯାଇ ସମସ୍ତ ମାପ ଏବ୍ଂ ପରିମାଣ ଆଦି ଯାଞ୍ଚ କରିଥିଲେ। ପ୍ରଥମ ପର୍ୟ୍ୟାୟରେ ଗୋଟିଏ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଆଦିକୁ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏସଓ । ଆଜି ସିଏସଓଙ୍କ ସହିତ ମାର୍କେଟ ଇନ୍ସପେକ୍ଟର ଓ ଏସ୍ ଆଇ ମଧ୍ୟ ଉପସ୍ଥିତ ଥିଲେ।

Related posts

କାଳ ବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ଘର, ଜଣେ ଗୁରୁତର

mahabharatanews

 ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା 

mahabharatanews

ଗ୍ରୀଷ୍ମ ପ୍ରବାହ: ଏଣିକି ୭ଟାରୁ ସ୍କୁଲ

mahabharatanews