ଓଡିଶା

ବଢୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର: ବର୍ଷା ଆରମ୍ଭରୁ ବଢିଳାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଆଜିର ରିପୋର୍ଟ ଅନୁସାରେ ୬୧୪ ଫୁଟ୍ ପାଣି ଗଚ୍ଛିତ ରହିଛି । ଏହାସହ ପ୍ରତି ସକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୫ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ସେପଟେ ଜଳଭଣ୍ଡାରରୁ ୧୪ ହଜାର ୨୧୩ କ୍ୟୁସେକ୍ ପାଣି ଛଡାଯାଉଛି । ମହାନଦୀ ଉପରମୁଣ୍ଡରେ ବର୍ଷା ଓ ଇବ୍ ନଦୀରେ ପାଣି ଆସିବାରୁ ଜଳସ୍ତର ବୃଦ୍ଧି ପାଉଛି ।
ତେବେ ବର୍ଷା ଓ ଜଳଭଣ୍ଡାରର ପାଣି ବୃଦ୍ଧିକୁ ନଜରରେ ରଖି ଚଳିତ ଥର ଶୀଘ୍ର ଗେଟ୍ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରର ଅଧିକ ପାଣି ଗଚ୍ଛିତ ଥିଲା । ଏହାସହ ଗତ କିଛି ଦିନ ଧରି ମହାନଦୀର ବେସିନ୍ ଏରିଆ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ପୂର୍ବରୁ ତଳ ମୁଣ୍ଡର ଜିଲ୍ଲାଗୁଡିକୁ ସତର୍କ ରହିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇସାରିଛନ୍ତି ।

Related posts

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କଲେ ମୁଖ୍ୟ ଶାସନ ସଚିବ

mahabharatanews

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରିକଲେ ମୁଖ୍ୟମନ୍ତ୍ରୀ

mahabharatanews

ବଢ଼ିଲା ବାତ୍ୟା ଆଶଙ୍କା

mahabharatanews