ଓଡିଶା

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

(ଶିମିଳିପାଳ) :  ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ ଯୋଗୁଁ ମାସେ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ମିଳିତ ବୈଠକରେ ନିଷ୍ପତ୍ତି ପରେ ପୁଣି ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ।

ସୂଚନାନୁଯାୟୀ ,ପ୍ରତିବର୍ଷ ଜୁନ ୧୫ରୁ ଶିମିଳିପାଳ ବନ୍ଦ ରହି ନଭେମ୍ବର ୧ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଦିନକୁ ଅତିବେଶିରେ ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ପ୍ରତିଶୃତି ମିଳିଛି ।

Related posts

ବଢିବ ତାତି 

mahabharatanews

ଢଳେଇ ରାସ୍ତା ନିର୍ମାଣ ନିମ୍ନମାନର

mahabharatanews

ଆସନ୍ତା ୨୫ ଯାଏ ଶୀତ ଲହରୀ ଜାରି ସମ୍ଭାବନା: ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ପରାମର୍ଶ

mahabharatanews