Uncategorized

ଆନିମେଟେଡ ସିରିଜ ପୁଫିନ୍ସରେ କଣ୍ଠଦାନ କରିବେ ଜନି ଡେପ

ୱାସିଂଟନ: ଆମେରିକାର ଲୋକପ୍ରିୟ କଳାକାର ଜନି ଡେପ ଏକ ନୂଆ ଆନିମେଟେଡ ସିରିଜ ‘ପୁଫିନ୍ସ’ରେ ତାଙ୍କ ସ୍ୱର ଦେବାକୁ ଯାଉଛନ୍ତି । ଏହି ଆନିମେଟେଡ ସିରିଜଟି ଇଟାଲୀର ଲର୍ଭୋଲିନୋ ଏଣ୍ଟରମେଣ୍ଟ ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଛି । ଏହି କମ୍ପାନୀର ପ୍ରତିଷ୍ଠ।।ତା ହେଉଛନ୍ତି ପ୍ରଯୋଜକ ଆଣ୍ଡ୍ରି ଲର୍ଭୋଲିନୋ ଓ ମୋନିକା ବାକାର୍ଡି । ଏହି ଆନିମେଟେଡ ସିରିଜଟି ମୋଟ ୨୫୦ଟି ୫ ମିନିଟର ଏପିସୋଡକୁ ନେଇ ପ୍ରସ୍ତୁତ ହେଉଛି । ଏହା ୱାଲି ୱାଲରସ୍ ଓଟୋର ସେବକ ଥିବା କିଛି ସୁନ୍ଦର ପକ୍ଷୀଙ୍କ ସାହସିକତା ଉପରେ ଆଧାରିତ ।
ଏହି ମୁଭିକୁ ନେଇ ଲର୍ଭୋଲିନୋ ଏଣ୍ଟରଟେନମେଣ୍ଟ ପକ୍ଷରୁ କୁହାଯାଇଛି କି, ଏହା ମାଧ୍ୟମରେ ସମାଜକୁ ଲିଙ୍ଗ, ଜାତିଗତ ସମାନତା ଓ ପରିବେଶ ସୁରକ୍ଷା ଉପରେ ଏକ ସକରାତ୍ମକ ବାର୍ତ୍ତା ଯିବ । ଚାର୍ଲି, ଚକୋଲେଟ ଫାକ୍ଟୋରୀର ଷ୍ଟାର ଜନି ଡେପଙ୍କୁ ଲର୍ଭୋଲିନ ଏହି ମୁଭିରେ ନେବା ସହ ଆଉ ଏକ ମୁଭି ‘ୱେଟିଂ ଫର ସୀନ ବାର୍ବାରିଆନ୍ସ’ରେ କଣ୍ଠଦାନ କରିବେ ।

Related posts

ପୁରୁଣା ଫି’ରେ ଶୀତକାଳ ପଞ୍ଜିକରଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଭାରତର ଗୁଗୁଲ୍ କର୍ମଚାରୀଙ୍କୁ କୋରୋନା

mahabharatanews

ଚାଲିଚାଲି ଯାଉଥିବା ପ୍ରାବସୀଙ୍କ ଉପରେ ମାଡିଗଲା ବସ, ୬ ମୃତ

mahabharatanews