Uncategorized

୧୭୬ ଭାରତୀୟଙ୍କୁ ନେଇ ବାହାରିନରୁ ବାହାରିଛି ଏୟାର ଇଣ୍ଡିଆର ବିମାନ

ମନାମା: ବନ୍ଦେ ଭାରତ ମିଶନରେ ଆଜି ୧୭୬ ଭାରତୀୟଙ୍କୁ ନେଇ ବେହରାନରୁ ଏକ ବିମାନ ଚେନ୍ନାଇ ଅଭିମୁଖେ ଉଡାଣ ଭରିଛି । ଏୟାର ଇଣ୍ଡିଆର ଆଇଏକ୍ସ ୧୮୯୦ ସ୍ୱତନ୍ତ୍ର ବିମାନ୧୭୬ ଭାରତୀୟଙ୍କୁ ନେଇ ଆଜି ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ୨ଲକ୍ଷ ୫୦ ହଜାର ୮୭ ଜଣ ଭାରତୀୟଙ୍କୁ ବନ୍ଦେ ଭାରତ ମିଶନରେ ଭାରତକୁ ଫେରାଇ ଅଣାଯାଇଛି । ଏହି ଅଭିଯାନ ମେ ୭ ତାରିଖରୁ ବିଭିନ୍ନ ଦେଶରେ କରୋନା ମହାମାରୀ ପାଇଁ ବିମାନ ସେବା ବନ୍ଦ ହେବା ପରେ ଫସି ଯାଇଥିଲେ । ଆଗରୁ ଏହି ଅଭିଯାନରେ ଦୁଇଟି ପର୍ଯ୍ୟାୟରେ ଯାତ୍ରୀଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିବା ବେଳେ ଜୁନ ୧୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟରେ ୫୫୦ଟି ବିମାନ ସହ ୧୯୧ ଫିଡର ଫ୍ଲାଇଟ କାର୍ଯ୍ୟରତ ରହିଛି ।

Related posts

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଇଡିର ଜେରା

mahabharatanews

ଭାରତର ପ୍ରତିବଦ୍ଧତାକୁ ଡବ୍ଲୁଏଚଓର ପ୍ରଶଂସା

mahabharatanews

ବେଆଇନ ଅନୁପ୍ରବେଶ ବନ୍ଦ କରିବାକୁ ବିଏସଏଫ, ବିଜିବି ମଧ୍ୟରେ ଆଲୋଚନା

mahabharatanews