Uncategorized

ଦେଶରେ ଗୋଟିଏ ଦିନରେ ୧୪ ହଜାର ୯୩୨ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୯୩୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪୦ ହଜାର ୨୧୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧ ଲକ୍ଷ ୭୮ହଜାର ୧୪ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୪୮ ହଜାର ୧୯୦ ଜଣ ସୁସ୍ଥ ହୋଇଛନ୍ତି ଓ ମୋଟ ୧୪ ହଜାର ୧୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୭୯୬ରେ ପହଞ୍ଚିଥିବାବେଳେ ସର୍ବାଧିକ ୬୨୮୩ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ୬୨ ହଜାର ୬୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୨୩୩ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ତାମିଲନାଡୁରେ ୬୨ ହଜାର ୮୭ କରୋନା ସଂକ୍ରମିତ ଏବଂ ୭୯୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୨୭ ହଜାର ୮୮୦କୁ ବୃଦ୍ଧି, ୧୬୮୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଉତ୍ତରପ୍ରଦେଶରେ ୧୮ ହଜାର ୩୨୨ ସଂକ୍ରମିତ ଓ ୫୬୯ ମୃତ, ପଶ୍ଚିମବଙ୍ଗରେ ୧୪ହଜାର ୩୫୮ ଆକ୍ରାନ୍ତ ଓ ୫୬୯ ମୃତ, ହରିୟାଣାରେ ୧୧ ହଜାର ୨୫ ଆକ୍ରାନ୍ତ ଏବଂ ୧୬୯ ମୃତ, ଆନ୍ଧ୍ରପ୍ରଦଶେରେ ୯୩୭୨ ଆକ୍ରାନ୍ତ ଏବଂ ୧୧୧ ମୃତ, ତେଲେଙ୍ଗାନାରେ ୮୬୭୪ ସଂକ୍ରମିତ ଓ ୨୧୭ ମୃତ, କର୍ଣ୍ଣାଟକରେ ୯୩୯୯ ଆକ୍ରାନ୍ତ ଓ ୧୪୨ ମୃତ, ରାଜସ୍ଥାନରେ ୧୫ ହଜାର୨୩୨ ଆକ୍ରାନ୍ତ ଓ ୩୫୬ ମୃତ, ଜାମ୍ମୁ-କାଶ୍ମୀରରେ ୬୦୮୮ ସଂକ୍ରମିତ ଓ ୮୫ ମୃତ, ମଧ୍ୟପ୍ରଦେଶରେ ୧୨ ହଜାର ୭୮ ସଂକ୍ରମିତ ଓ ୫୨୧ ମୃତ, ବିହାରରେ ୭୮୯୩ ଆକ୍ରାନ୍ତ ଓ ୫୨ ମୃତ, ଆସାମରେ ୫୮୫୩ ଆକ୍ରାନ୍ତ ଓ ୯ ଜଣଙ୍କ ମୃତ୍ୟୁ, ଓଡିଶାରେ ୫୪୭୦ ଜଣ ସଂକ୍ରମିତ ହୋଇଥିôାବା ବେଳେ ୧୭ ଜଣଙ୍କ ମୃତ୍ୟୁଘଟିଥିବା ସୂଚନା ମିଳିଛି।

Related posts

ଚୁଡ଼ା ଖିରୀ

mahabharatanews

ନୌସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ

mahabharatanews

ଉତ୍ତର କୋରିଆ ପ୍ରସ୍ତୁତ କରୁଛି ବିଶାଳ ପରମାଣୁ ଗୋଦାମ

mahabharatanews