ଓଡିଶା

ରଶି ଲଗାଇ ନାବାଳିକାଙ୍କ ଆତ୍ମହତ୍ୟା

(ଜ୍ୟୋତି ରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ଏନଟିପିସି ଥାନା ଅନ୍ତର୍ଗତ ରଙ୍ଗବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ନାବାଳିକା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ନାବାଳିକାଙ୍କ ଜେଜେ ଥାନାରେ ଅଭିଯୋଗ କରିଛନ୍ତି। ପରିବାରରେ କୌଣସି ପ୍ରକାର ମତାନ୍ତର କାରଣରୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସୂଚନା ଦେଇଛି । ନାବାଳିକା ଜଣକ ବେକରେ ରଶି ଲଗାଇ ଝୁଲୁଥିବା ଦେଖିବା ପରେ ପରିବାର ଲୋକେ ତାଙ୍କୁ ଏନଟିପିସି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନଟିପିସି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡି ନଥିବା ବେଳେ ଏ ଦିଗରେ ତଦନ୍ତ ଜାରି ରହିଥିବା ଏନଟିପିସି ଥାନା ପକ୍ଷରୁ ସୂଚନା ମିଳିଛି।

Related posts

ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ୍ 

mahabharatanews

୬ ଘଣ୍ଟାର ପରିଶ୍ରମ ପରେ ଖାଲରୁ ଉଦ୍ଧାର ହେଲା ହାତୀ

mahabharatanews

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ସାଂସଦ

mahabharatanews