Uncategorized

ଘରୋଇ ବିମାନ ଉଡାଣରେ ୧ଲକ୍ଷ ୩୭ହଜାର ୭୨୫ ଯାତ୍ରୀ ଯାତ୍ରା କରିଛନ୍ତି: ପୁରୀ

ନୂଆଦିଲ୍ଲୀ: କେନ୍ଦ୍ର ନାଗରିକ ଉଡାଣ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ସୂଚନା ଦେଇଛନ୍ତି, ଘରୋଇ ବିମାନ ଉଡାଣର ୨୯ ଦିନ ମଧ୍ୟରେ ମୋଟ ୮୨୬ଟି ବିମାନ ଉଡାଣ ଭରିଥିବା ବେଳେ ୮୨୪ଟି ବିମାନ ଅବତରଣ କରିଛି । ଏହା ମଧ୍ୟରେ ୮୨୬ ବିମାନରେ ୬୮,୬୩୩ ଯାତ୍ରୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଥିବା ବେଳେ ୮୨୪ ବିମାନରେ ୬୯.୦୯୨ ଯାତ୍ରୀଙ୍କୁ ଦିଲ୍ଲୀ ଅଣାଯାଇଛି । ଦେଶରେ ଘରୋଇ ବିମାନ ଉଡାଣ ଓ ଅବତରଣ ୧୬୫୦ ହୋଇଥିବା ବେଳେ ୧ଲକ୍ଷ ୩୭ହଜାର ୭୨୫ ଯାତ୍ରୀ ଯାତ୍ରା କରିଛନ୍ତି ।
ମାର୍ଚ୍ଚ ୨୫ ତାରିଖରୁ ଦେଶରେ ସମସ୍ତ ବ୍ୟବସାୟିକ ଉଡାଣକୁ ବନ୍ଦ କରାଯାଇଥିଲା କରୋନା ମହାମାରୀର ଭୟାବହତାର ମୁକାବିଲା କରିବା ପାଇଁ । ତେବେ ଘରୋଇ ଫ୍ଲାଇଟ ସେବା ମେ ୨୫ରୁ ଅ।।ରମ୍ଭ ହୋଇଥିଲା ।

Related posts

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ୍ ଚିଲ୍ଲି ସୋୟାବଡି

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

ଋଣ ପରିଶୋଧ ଅବଧି ୨ ବର୍ଷ ସ୍ଥଗିତ ରହିପାରେ

mahabharatanews