ଅପରାଧ

୫ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ଗଞ୍ଜେଇ । ଜବତ ଗଞ୍ଜେଇର ପରିମାଣ ୫ କ୍ୱୁଣ୍ଟାଲ ହୋଇଥିବା ବେଳେ ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟ୍ରକରେ ଚାଲାଣ ହେଉଥିବା ସୋନପୁର ପୋଲିସ ଏହି ଗଞ୍ଜେଇକୁ ଜବତ କରିଛି । ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିଲା । ଗାଡିକୁ କୌଣସି ସୁତ୍ରରୁ ଖବର ପାଇ ସୋନପୁର ପୋଲିସ୍‌ ପିଛା କରିଥିଲା । ଗାଡି ଚାଳକ ପୋଲିସକୁ ଦେଖି ଦ୍ରୁତ ବେଗରେ ଗାଡି ଚଳାଇ ଖସିଯିବାକୁ ଉଦ୍ୟମ କରିବା ଦେଖି ସୋନପୁର ପୋଲିସ ହରଡଖୋଲ ଫାଣ୍ଡିକୁ ଖବର ଦେଇଥିଲା । ଏହାପରେ ହରଡଖୋଲ ଫାଣ୍ଡି ପୁଲିସ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଟ୍ରକର ଡ୍ରାଇଭର ଓ ହେଲପରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Related posts

ବିଭାଗର ଦୁଇ ନକଲି ଏଏସଓ ଗିରଫ

mahabharatanews

ବିବନକୁ ୨ ଦିନିଆ ରିମାଣ୍ଡରେରେ ନେଇ ଖୋଳତାଡ କରିବ ସିବିଆଇ

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews