Uncategorized

ସବୁ ଧର୍ମରେ ଛାଡ୍ରପତ୍ର ଆଇନ୍ ଏକ ନେଇ କେନ୍ଦ୍ର ମତ ଲୋଡିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ସବୁ ଧର୍ମ ଏବଂ ସମ୍ପ୍ରଦାୟ ପାଇଁ ଛାଡପତ୍ର ଆଇନ୍ ଏକ ନେଇ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ଏହି ମାମଲାରେ ନିଜ ମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଛନ୍ତି, ଏମିତି ଆବେଦନ ହେଲେ ପର୍ସନାଲ ଲ’ ପ୍ରଭାବିତ ହେବ। ତେଣୁ ଏହାର ବିଚାର ସମସ୍ତ ଦିଗକୁ ଦେଖି ହେବା ଦରକାର। ଏହି ଆବେଦନ ଉପରେ ବରିଷ୍ଠ ଓକିଲ ପିଙ୍କି ଆନନ୍ଦ ଏବଂ ମିନାକ୍ଷୀ ଆରୋରା ପକ୍ଷ ରଖିଥିଲେ।

ଏହି ଆବେଦନ ଉପରେ ଆଡଭୋକେଟ୍ ମୀନାକ୍ଷୀ ଆରୋରା ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ ପର୍ସନାଲ ଆଇନରେ ଥିବା କେତେକ ଆଇନ ମହିଳା ବିରୋଧୀ। ଟ୍ରିପଲ୍ ତଲାକ୍ ପାଇଁ ମୁସଲମାନ ମହିଳା ବହୁ ଅତ୍ୟାଚାର ସହୁଥିଲେ । ତେବେ ଯଦି ଏହି ଦମ୍ପତିଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ, ତେବେ ସେମାନଙ୍କ ମଧ୍ୟରେ ଛାଡପତ୍ର ବୈଦେଶିକ ବିବାହ ଆଇନ, ୧୯୬୯ ଅନୁଯାୟୀ ସମାଧାନ ହେବ। ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ ଛାଡପତ୍ର ସମ୍ବନ୍ଧୀୟ ବିଭିନ୍ନ ନିୟମ ଧର୍ମ, ଲିଙ୍ଗ ଆଦିକୁ ମଧ୍ୟ ବିଚାରକୁ ନେବାକୁ ହେବ।

ଦେଶରେ ଏବେ ହିନ୍ଦୁ, ବୌଦ୍ଧ, ଶିଖ ଏବଂ ଜୌନ ସମୁଦାୟ ହିନ୍ଦୁ ବିବାହ ଆଇନ ୧୯୫୫ ଆଧାରରେ ଯାଉଛନ୍ତି। ହେଲେ ମୁସଲିମ୍, ପାର୍ସି, ଇସାଈ ସମୁଦାୟର ବ୍ୟକ୍ତି ପର୍ସନାଲ ଲ’ ଉପରେ ଛାଡପତ୍ର ମାମଲା ବିଚାର ହୁଏ। ଅନେକ କ୍ଷେତ୍ରରେ ପର୍ସନାଲ ଲ’ ପାଇଁ ମହିଳା ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା କୋର୍ଟଙ୍କୁ ଦର୍ଶାଯାଇଛି।

SR

Related posts

ରଙ୍ଗ ପର୍ବରେ ଗୁଗଲର ଉପହାର

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ମୁଗଡାଲି କଟ୍ଲେଟ୍

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

mahabharatanews