ଓଡିଶା

ରାଜ୍ୟରେ ଆଉ ୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

(ଭୂବନେଶ୍ୱର):ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଆହୁରି ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚିଛି । ତେବେ ନୁତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୨୬ଟି ଲୋକାଲ କେସ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ଏନଡିଆରଏଫ ଟିମ୍ର ୮ ଜଣ ଆକ୍ରାନ୍ତ ସାମିଲ ଥିବା ଜଣାଯାଇଛି । ୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୭୬ ଜଣ ଥିବା ବେଳେ ଗଞ୍ଜାମରୁ ୭୫, ଖୋର୍ଦ୍ଧାରୁ ୨୬, ଝାରସୁଗୁଡାରୁ ୨୩ ଓ କନ୍ଧମାଳରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ସମ୍ବଲପୁରରୁ ୧୩, ଜଗତସିଂପୁରରୁ ୧୧, ପୁରୀରୁ ୯, ଯାଜପୁର, ମୟୁରଭଞ୍ଜରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪, ବାଲେଶ୍ୱରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ, ସୁନ୍ଦରଗଡ, ବଲାଙ୍ଗୀର, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ବିଜେଡିର ଆଭିମୁଖ୍ୟ ସତ୍ୟ ଓ ତଥ୍ୟ ଆଧାରିତ ନୁହେଁ: ଗୋଲକ

mahabharatanews

ରାଜ୍ୟରେ ପୁଣି ବର୍ଷା ଆରମ୍ଭ ,ଆହୁରି ବଢ଼ିବ

mahabharatanews

କେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

mahabharatanews