ଅପରାଧ

ଫ୍ରିଜରୁ ମହିଳାଙ୍କ ନଗ୍ନ ମୃତଦେହ ଉଦ୍ଧାର

ଯମୁନାନଗର: ଘରେ ଏକା ରହୁଥିବା ଜଣେ ୫୭ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ମୃତଦେହ ଫ୍ରିଜରେ ନଗ୍ନ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । ଘରେ ଆସବାବପତ୍ର ଇତସ୍ତତ ହୋଇପଡିଥିଲା । ମହିଳାଙ୍କୁ କିଏ ଜଣେ ହତ୍ୟା କରି ଫ୍ରିଜରେ ରଖିଥିବା ପୁଲିସ ସନ୍ଦେହ କରିଛି । ଯମୁନାନଗର ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ ।
ହରିୟାଣା ଯମୁନାନଗର ରେଲୱେ ୱାର୍କସପ କଲୋନୀରେ ଜଣେ ୫୭ ବର୍ଷ ବୟସ୍କ ମହିଳା ବାସ କରୁଥିôବା ବେଳେ ସେ ରେଲୱେ ୱାର୍କସପ କ୍ୟାଣ୍ଟିନରେ କାମ କରୁଥିଲେ । ସେ ଘରେ ଏକା ରହୁଥିଲେ । ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଫ୍ରିଜରେ ରଖାଯାଇଥିବା ଅବସ୍ଥାରେ ମଙ୍ଗଳବାର ପୁଲିସ ଉଦ୍ଧାର କରିଥିଲା । ମହିଳାଙ୍କ ଶରୀର ଅଧା ଫ୍ରିଜରେ ଏବଂ ଅଧା ଫ୍ରିଜ ବାହାରେ ଥିଲା । ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଫ୍ରିଜରେ ରଖିବାକୁ ହତ୍ୟାକାରୀ ପ୍ରୟାସ କରିଥିବା ଆଶଙ୍କା କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କାରଣ ଜଣାପଡିବା ବୋଲି ପୋଲିସ ଅଧିକ୍ଷକ କହିଛନ୍ତି । ତେବେ ମହିଳାଙ୍କ ମୃତଦେହ ଯେଉଁଭଳି ଅବସ୍ଥାରେ ଉଦ୍ଧାର ହୋଇଛି ତାଙ୍କ ସହିତ ଦୁଷ୍କର୍ମ ମଧ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Related posts

ମଦ ନିଶା ନେଲା ପୁଅର ଜୀବନ

mahabharatanews

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ନିର୍ଭୟା ଦୋଷୀଙ୍କ ସୁରକ୍ଷା ପାଇଁ ଦିନକ ଖର୍ଚ୍ଚ ୫୦ ହଜାର

mahabharatanews