Uncategorized

ଦେଶର ସମସ୍ତ ସମବାୟ, ରାଜ୍ୟ ସହକାରୀ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବା ନିଶ୍ଚିତ

ନୂଆଦିଲ୍ଲୀ: ଦେଶର ସମସ୍ତ ୧୫୪୦ ସମବାୟ ବ୍ୟାଙ୍କ ଓ ବହୁ ରାଜ୍ୟ ସହକାରୀ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିବ । ଅଧ୍ୟାଦେଶ ଉପରେ ମୋହର ମାରିଛି ମୋଦୀ କ୍ୟାବିନେଟ୍। ଏଥିରେ ଦେଶର ୮ କୋଟି ୬୦ ଲକ୍ଷ ଜମାକାରୀଙ୍କ ଜମା ରାଶି ସୁରକ୍ଷିତ ରହିବ ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି । ଆଜି ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବହୁ ଅନ୍ୟ ପ୍ରସଙ୍ଗରେ ମଧ୍ୟ ନିଷ୍ପତି ହୋଇଛି ।
ଜାଭଡେକର କହିଛନ୍ତି, ଦେଶରେ ୧୪୮୨ ଅର୍ବାନ ସମବାୟ ବ୍ୟାଙ୍କ ଏବଂ ୫୮ ବହୁ ରାଜ୍ୟ ସମବାୟ ବ୍ୟାଙ୍କକୁ ନେଇ ଆଜି ଅଧ୍ୟାଦେଶ ଅଣାଯାଇଛି। ଅଧ୍ୟାଦେଶକୁ କ୍ୟାବିନେଟ୍‌ ଗୃହୀତ କରାଇ ସମବାୟ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ଅନ୍ତର୍ଭୁକ୍ତ କରାଯାଇଛି । ଏବେ ସମସ୍ତ ବ୍ୟାଙ୍କିଙ୍ଗ ସମ୍ବନ୍ଧିତ ନିୟମ ଏହି ସବୁ ବ୍ୟାଙ୍କ ଉପରେ ମଧ୍ୟ ଲାଗୁ ହେବ। ଏହାର ଫାଇଦା ଜମାକର୍ତ୍ତାଙ୍କୁ ମିଳିବ । ଏହି ୧୫୪୦ ବ୍ୟାଙ୍କରେ ୮ କୋଟି ୬୦ ଲକ୍ଷ ଖାତାଧାରୀ ଅଛନ୍ତି। ଏଥିସହ ସେ କହିଛନ୍ତି, ମୁଦ୍ରା ଲୋନ ଯୋଜନା ଆଧାରରେ ଶିଶୁ ମୁଦ୍ରା ଲୋନ ନେବାକୁ ଥିବା ୯ କୋଟି ୩୭ ଲକ୍ଷ ଲୋକଙ୍କୁ ସୁଧରେ ଦୁଇ ପ୍ରତିଶତ ରିହାତି ମିଳିବ। ଠେଲାବାଲା ଏବଂ ଉଠାଦୋକାନୀଙ୍କୁ ମୁଦ୍ରା ଯୋଜନା ପୂର୍ବରୁ ଗାଁ ସାହୁକାରଠୁ ଅଧିକ ସୁଧରେ କରଜ ନେବାକୁ ପଡୁଥିଲା। ଏବେ ସେମାନଙ୍କୁ ବ୍ୟାଙ୍କରୁ ଲୋନ ମିଳି ପାରୁଛି। ଆଜି କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସେମାନଙ୍କୁ ମୁଦ୍ରା ଲୋନ ଉପରେ ୨ ପ୍ରତିଶତ ରିଆତି ମିଳିବ।

Related posts

୩୭ ବର୍ଷରେ ପାଦ ଥାପିଲେ ସିଦ୍ଧାର୍ଥ

mahabharatanews

ଏସବୁ ଦେଶରେ ବିନା ପୋଷାକରେ ବୁଲିପାରିବେ ମହିଳା

mahabharatanews

ଏମବିବିଏସ କଲେଜ ନିର୍ମାଣ କରିବ ପତଞ୍ଜଳି

mahabharatanews