ଓଡିଶା

ଗ୍ରାମାଞ୍ଚଳ ଲୋକଙ୍କୁ ସହର ନ ଆସିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଜିଲ୍ଲାରେ ଏଯାଏଁ ୧୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବା ପାଇଁ ବାରଣ କରାଯାଇଛି। ଆସନ୍ତା ୧୫ ଦିନ ପର୍ୟ୍ୟନ୍ତ ସହରାଞ୍ଚଳକୁ ନ ଆସିବା ପାଇଁ ଗାଁ ଲୋକଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କୌଣସି ଜରୁରୀ କାର୍ୟ୍ୟ ନ ଥିଲେ କେହି ସହରାଞ୍ଚଳକୁ ଆସନ୍ତୁ ନାହିଁ ବୋଲି ଟୁଇଟ୍ କରି ସେ ଜଣାଇଛନ୍ତି।
ଏଥିସହ ଲୋକମାନେ ଜନଗହଳିଠାରୁ ଦୂରେଇ ରୁହନ୍ତୁ, ଦୁଇ ମିଟର ଦୂରତା ବଜାୟ ରଖନ୍ତୁ। ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତସହରକୁ ପାଇଁ ସଟଡାଉନ କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ ବ୍ୟବସ୍ଥାର ଯାଞ୍ଚ କରାଯିବ। ଏଥିପାଇଁ ୭୦ଟି ହେଲ୍ଥ ଟିମ୍ ନିୟୋଜିତ ହେବେ।

Related posts

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଗ୍ରହଣ କଲେ IAS ବୀର ବିକ୍ରମ ଯାଦବ

mahabharatanews

ଇନସ୍ପେକ୍ଟରଙ୍କୁ ପୁନଃ ତାଲିମ ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ

mahabharatanews

ଟ୍ରକ ଦୂର୍ଘଟଣାରେ ଯୁବକ ମୃତ, ତିନି ଆହତ

mahabharatanews