ଓଡିଶା

ଗ୍ରାମାଞ୍ଚଳ ଲୋକଙ୍କୁ ସହର ନ ଆସିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଜିଲ୍ଲାରେ ଏଯାଏଁ ୧୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବା ପାଇଁ ବାରଣ କରାଯାଇଛି। ଆସନ୍ତା ୧୫ ଦିନ ପର୍ୟ୍ୟନ୍ତ ସହରାଞ୍ଚଳକୁ ନ ଆସିବା ପାଇଁ ଗାଁ ଲୋକଙ୍କୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କୌଣସି ଜରୁରୀ କାର୍ୟ୍ୟ ନ ଥିଲେ କେହି ସହରାଞ୍ଚଳକୁ ଆସନ୍ତୁ ନାହିଁ ବୋଲି ଟୁଇଟ୍ କରି ସେ ଜଣାଇଛନ୍ତି।
ଏଥିସହ ଲୋକମାନେ ଜନଗହଳିଠାରୁ ଦୂରେଇ ରୁହନ୍ତୁ, ଦୁଇ ମିଟର ଦୂରତା ବଜାୟ ରଖନ୍ତୁ। ଏହାସହ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତସହରକୁ ପାଇଁ ସଟଡାଉନ କରାଯାଇଛି। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ ବ୍ୟବସ୍ଥାର ଯାଞ୍ଚ କରାଯିବ। ଏଥିପାଇଁ ୭୦ଟି ହେଲ୍ଥ ଟିମ୍ ନିୟୋଜିତ ହେବେ।

Related posts

ଅବ୍ୟବସ୍ଥା ଘେରରେ ସଂଗରୋଧ କେନ୍ଦ୍ର: ମୁହଁ ଫେରାଉଛନ୍ତି ସନ୍ଦିଗ୍ଧ

mahabharatanews

୨୧ ପର୍ଯ୍ୟନ୍ତ ପ୍ରବଳ ଖରା ,ରେକର୍ଡ ଭାଙ୍ଗିବ ତାପମାତ୍ରା

mahabharatanews

କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା

mahabharatanews