ଓଡିଶା

ହେରାପଞ୍ଚମୀ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିବେ ରଥ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ମା ଲକ୍ଷ୍ମୀ ମହାପ୍ରଭୁଙ୍କ ମାଉସୀ ମାନ୍ଦିରରେ ଅବସ୍ଥାନକୁ ନେଇ ରୋଶଜର୍ଜରିତ । ଆଜି ସେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ରାଗ ଓ ଅଭିମାନରେ ଶ୍ରୀମନ୍ଦିରରୁ ବାହାରି ଯାଇଥିଲେ ମଧ୍ୟ ଓଡିଆ ଘରର ବୋହୂଟିଏ ହୋଇଥିବାରୁ ମାନ, ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ମନ୍ଦିରକୁ ଯାଇପାରିବେ ନାହିଁ । ଶରଧାବାଲିରେ ଥିବା ନନ୍ଦିଘୋଷ ରଥର କାଠ ଭାଙ୍ଗିବେ । ଏହା ପରେ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି । ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ ।
ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ୍ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ।
ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ବିରାଜିତ ଶ୍ରୀଜିଉମାନଙ୍କୁ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯାଇଛି । ତେବେ କୋଭିଡ୍ କଟକଣା ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ନେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଛି ।

Related posts

ସୋନପୁରର ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ

mahabharatanews

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

ଗଜପତି ରୁ ମହାରାଷ୍ଟ୍ର ଗଂଜେଇ ଚୋରା ଚାଲାଣ, ଦୁଇ ଗିରଫ

mahabharatanews