Uncategorized

ସୋମବାରଠାରୁ ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ: ଶିଖ ଧର୍ମାବଲମ୍ବିଙ୍କ ପାଇଁ ଖୁସି ଖବର । ପୁଣି ଖୋଲିବ କରତାରପୁର କରିଡର । ଆସନ୍ତା ସୋମବାର ଠାରୁ ଶିଖ୍‌ ଯାତ୍ରୀଙ୍କ ନିମନ୍ତେ ପୁଣି କର୍‌ତାର୍‌ପୁର କରିଡର୍‌ ଖୋଲିବାକୁ ଯାଉଛି ପାକିସ୍ତାନ । କୋଭିଡ୍-୧୯ ମହାମାରୀ ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କରିଡର୍‌ ବନ୍ଦ ରଖାଯାଇଥିଲା। ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଟ୍ୱିଟକରି ଏହି ସୂଚନା ଦେଇଛନ୍ତି ।
ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର ବିଶ୍ବରେ ଉପାସନାସ୍ଥଳୀ ସବୁ ଖୋଲୁଥିବାରୁ ୨୦୨୦ ପାକିସ୍ତାନ ସମସ୍ତ ଶିଖ୍‌ ଯାତ୍ରୀଙ୍କ ପାଇଁ କର୍‌ତାର୍‌ପୁର ସାହିବ କରିଡର୍‌ ଖୋଲିବାକୁ ପସ୍ତୁତି କରୁଛି। ମହାରାଜା ରଣଜୀତ ସିଂହଙ୍କ ଶ୍ରାଦ୍ଧ ଦିବସ ଜୁନ୍ ୨୯ ତାରିଖ ଠାରୁ ପୁଣି କରିଡର୍‌ ଖୋଲିବାକୁ ଆମର ପ୍ରସ୍ତୁତି ସଂକ୍ରାନ୍ତରେ ଭାରତକୁ ଅବଗତ କରାଯାଇଛି।
ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ୍ଦି ପଞ୍ଜାବର ଗୁରଦାସପୁର ଜିଲ୍ଲା ଏବଂ ପାକିସ୍ତାନର କର୍‌ତାର୍‌ପୁର ସାହିବ ଗୁରଦ୍ବାରକୁ ସଂଯୋଗ କରୁଥିବା କରିଡର୍ ଉଦ୍‌ଘାଟନ କରିଥିଲେ।

Related posts

ଜେନେରାଲ ବିପିନ ରାୱତ ହେଲେ ପ୍ରଥମ ସିଡିଏସ

mahabharatanews

ନୌସେନା ମୁଖ୍ୟଙ୍କ ୪ ଦିନିଆ ଶ୍ରୀଲଙ୍କା ଗସ୍ତ

mahabharatanews

ପ୍ରବାସୀଙ୍କ ଟ୍ରେନ ଖର୍ଚ୍ଚ ପାଇଁ ଆଇନଜୀବୀଙ୍କ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ

mahabharatanews