ଓଡିଶା

ବଜ୍ରପାତରେ ଭୁଷୁଡି ପଡିଲା ଘର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଆସିକା ଅନ୍ତର୍ଗତ କାଲିମୁଖୀ ସାହିରେ ଏକ ଅଘଟଣ ଘଟିଛି । ବଜ୍ରପାତରେ ଏଠାକାର ୧୩ ନଂ ୱାର୍ଡର ଜଣଙ୍କ ଘର ଭୂହୁଡି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୱାର୍ଡର ପ୍ରମିଳା ନାୟକଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭୂଷୁଡି ଯାଇଥିବା ଜଣାପଡିଛି । ଛପର ତିଆରି ଘରଟି ବଜ୍ରପାତରେ ଭୂଷୁଡି ପଡିବା ସହ ଘରେ ଥିବା ଆସବାବପତ୍ର ଗୁଡିକ ନଷ୍ଟ ହୋଇଯାଇଛି । ତେବେ ପ୍ରମିଳାଙ୍କ ଏଭଳି ସ୍ଥିତିରେ ତାଙ୍କୁ ସହାୟତାର ହାତ ବଢାଇବା ନିମନ୍ତେ ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Related posts

ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼

mahabharatanews

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

mahabharatanews