ଓଡିଶା

ଧାନମଣ୍ଡଳରେ ସ୍ୱେଚ୍ଛାସେବୀ ସଂଗଠନର ରକ୍ତଦାନ ଶିବିର

(ଦୀପକ କୁମାର/ଯାଜପୁର):କରୋନା କଟକଣା ସମୟରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମହାମାରୀ କରୋନା ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିଥିଲେ । ଏହି ଯୁବ ସମାଜସେବୀମାନଙ୍କ ରକ୍ତଦାନ ପାଇଁ ବଡଚଣା ବିଧାୟକ କାର୍ଯ୍ୟକ୍ରମର ଆୟୋଜକଙ୍କୁ ପ୍ରଶଂସା କରିବା ସହ ରକ୍ତାଦାତାମାନଙ୍କୁ ମାନପତ୍ର ଦେଇଥିଲେ ।

Related posts

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ

mahabharatanews

ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ସ୍ଥିତି , ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

mahabharatanews

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

mahabharatanews