ଓଡିଶା

ବଦଳିଲେ ୧୨ ପୁଲିସ ଅଧିକାରୀ

(ଜ୍ୟୋତିରଞ୍ଜନ ଧର / କଣିହାଁ):ଅନୁଗୋଳ ଜିଲ୍ଲା କଣିହାଁ ଆଇଆଇସି ପ୍ରଭାତ ତ୍ରିପାଠୀଙ୍କ ସହିତ ୧୨ ପୁଲିସ ଅଧିକାରୀଙ୍କ ସ୍ଥରରେ ଅଦଳ ବଦଳ ନେଇ ନିର୍ଦେଶ ନାମ
ଜାରି ହୋଇଛି । ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ସ୍ତରରେ ଅଦଳବଦଳ ହୋଇଥିବା ବେଳେ ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାର ଏହି ୧୨ଜଣ ଇନସପେକ୍ଟର ଓ ସବ-ଇନସ୍ପେକ୍ଟରଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ନରସିଂହ ଭୋଳ ଏହି ନିର୍ଦେଶନାମ ଯାରିକରିଛନ୍ତି ଅନୁଗୁଳ , ଢେଙ୍କାନାଳ ଓ ଦେବଗଡ ଜିଲ୍ଲାର ୪ ଜଣ ଇନସପେକ୍ଟର ଓ ୮ ଜଣ ସବ- ଇନସପେକ୍ଟରଙ୍କୁ ସ୍ଥାନାନ୍ତର କରା ଯାଇଛି । ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଓ ଅନୁଗୁଳ ହେଡ କ୍ଵାଟରରେ ଥିବା ଆଇଆଇସି ସରୋଜିନୀ ସାମାଡଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି
କରାଯାଇଛି । ଢେଙ୍କାନାଳ ଟାଉନ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ ଓଇନସପେକ୍ଟର ରତ୍ନାକର ମଲ୍ଲିକଙ୍କର ଅନୁଗୋଳ ବଦଳି ହୋଇଛି । ଦେବଗଡ ଜିଲ୍ଲାର ଏସଆଇ ଧୀରେନ୍ଦ୍ର କୁମାର ସ୍ଵାଇଁ, ମହାମାୟୀ ହେମ୍ବ୍ରମ , ସୁକାନ୍ତି କେର୍କେଟା , ହେମନ୍ତ ବେହେରା ଓ ଶୁବୁଦ୍ଧି ମାଝୀଙ୍କର ଢେଙ୍କାନାଳ ବଦଳି ହୋଇଥିବା ବେଳେ ମନୋହର ପାତ୍ର ,ପ୍ରିୟବ୍ରତ ପ୍ରଧାନ ଓ ରବୀନ୍ଦ୍ର ସାହୁଙ୍କର ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଥିବା ପ୍ରକାଶ ।

Related posts

ବିଧାନସଭା ଆଗରେ ଅଖିଳେଶଙ୍କ ଧାରଣା

mahabharatanews

ଚନ୍ଦ୍ରଭାଗା ବେଳାଭୁମିରେ ମେକ ଇନ ଓଡିଶା ଓ ଭାରତୀୟ କଳା ସସ୍କୃତି ଜୀବନ୍ତ ହୋଇଛି

mahabharatanews

ପୋଖରୀରୁ ଉଦ୍ଧାର ହେଲା ଵୃଦ୍ଧ ଦମ୍ପତିଙ୍କ ମୃତ ଦେହ

mahabharatanews