ଓଡିଶା

ଧାନମଣ୍ଡଳରେ ସ୍ୱେଚ୍ଛାସେବୀ ସଂଗଠନର ରକ୍ତଦାନ ଶିବିର

(ଦୀପକ କୁମାର/ଯାଜପୁର):କରୋନା କଟକଣା ସମୟରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମହାମାରୀ କରୋନା ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିଥିଲେ । ଏହି ଯୁବ ସମାଜସେବୀମାନଙ୍କ ରକ୍ତଦାନ ପାଇଁ ବଡଚଣା ବିଧାୟକ କାର୍ଯ୍ୟକ୍ରମର ଆୟୋଜକଙ୍କୁ ପ୍ରଶଂସା କରିବା ସହ ରକ୍ତାଦାତାମାନଙ୍କୁ ମାନପତ୍ର ଦେଇଥିଲେ ।

Related posts

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ଅପେକ୍ଷା ୬ ଦିନ  

mahabharatanews

ମିଲେଟ ମ୍ୟାଜିକ ଫାଉଣ୍ଡେସନର ୱାଓ ମମ୍ ଉତ୍ପାଦ ଆସୁଛି ବଜାରକୁ

mahabharatanews