(ଜୟନ୍ତ କୁମାର ସେଠୀ / ପୁରୀ): ମହାମାରୀ କରୋନା ସଙ୍କଟ ମଧ୍ୟରେ ସୁରୁଖୁରରେ ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଣିକି ବାହୁଡା ଓ ସୁନାବେଶ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା ଲାଗୁ ହୋଇଛି । କଟକଣା ମୁତାବକ, ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ସଟ-ଡାଉନ୍ ରହିବା ସହ କର୍ଫ୍ୟୁ ଜାରି ରହିବ । ଏହା ସହ ଜୁଲାଇ ୪ ଯାଏ ହୋଟେଲ, ଲକିଂ, ଧର୍ମଶାଳାରେ ରହି ଲୋକମାନେ ବାହାରକୁ ବାହାରି ପାରିବେନି । ବଡଦାଣ୍ଡର ଉଭୟ ପାଶ୍ୱର୍ର କୋଠାରେ ବାହାର ଲୋକଙ୍କୁ ଅନୁମତି ନାହିଁ । ବାହାର ଲୋକ ରହିଲେ କୋଠା ମାଲିକଙ୍କୁ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ୧ରୁ ୪ ତାରିଖ ନୀଳାଦ୍ରିବିଜେ ଯାଏ ଭକ୍ତଙ୍କ ପାଇଁ କଟକଣା ଲାଗୁ କରାଯିବ । ୪ ଦିନ ପର୍ୟ୍ୟନ୍ତ କୌଣସି ପର୍ୟ୍ୟଟକଙ୍କୁ ନ ରଖିବାକୁ ହୋଟେଲ, ଲଜଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବଡଦାଣ୍ଡରେ ଥିବା ବ୍ୟକ୍ତିଗତ ଘର ଓ ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ । ନିଜ ଘରେ କେବଳ ନିଜେ ରହିପାରିବେ । ବାହାର ଲୋକ ରଖିବା ମନା । ତେବେ ଏହା ପୂର୍ବରୁ ଗୁଣ୍ଡିଚା ବେଳେ ମଧ୍ୟ ପୁରୀ ସହରକୁ ସଟ ଡାଉନ ଘୋଷଣା କରାଯାଇଥିଲା । ପୁରୀର ସମସ୍ତ ପ୍ରବେଶ ପଥକୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । ଏହି ସମୟରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବାହୁଡା ପାଇଁ ମଧ୍ୟ କର୍ଫ୍ୟୁ ଜାରି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା। ଏଥିପାଇଁ ସମସ୍ତେ ଘରେ ରହି ଟିଭି ପରଦାରେ ତିନି ଠାକୁରଙ୍କ ଦର୍ଶନ କରିବାକୁ ଜିଲ୍ଲାପାଳ କହିଛନ୍ତି । ରଥଯାତ୍ରା ପରି ବାହୁଡାରେ ବି ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।
previous post
next post