Uncategorized

ନେୟଭେଲି ବଏଲର ବିସ୍ଫୋରଣରେ ୬ ମୃତ, ୧୭ ଗୁରୁତର

(ଚେନ୍ନାଇ):ତାମିଲନାଡୁର କୁଡାଲୋର ଜିଲା ଅନ୍ତର୍ଗତ ନେୟଭେଲିରେ ଥିବା ନେୟଭେଲି ଲିଗନାଇଟ ପ୍ଲାଣ୍ଟରେ ବୁଧବାର ବଏଲର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଶରୀରର କେତେକ ଅଂଶ ପୋଡ଼ିଯାଇଛି। ଅନ୍ୟପଟେ ବଏଲର ବିସ୍ଫୋରଣ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଜିଲା ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Related posts

୪ ପାକିସ୍ତାନ ଗୁପ୍ତଚର ଗିରଫ

mahabharatanews

ଓରିଓ ମିଲ୍କ ସେକ

mahabharatanews

ୟୁଏଇର ପ୍ରଥମ କୋରୋନା ସଂକ୍ରମଣ ଚିହ୍ନଟ

mahabharatanews