ଓଡିଶା

କୋଣାର୍କ ସୂତାକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି

(ମହାଭାରତ/କେସିଙ୍ଗା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ୧୯୯୦ ମସିହାରେ ଆରମ୍ଭ ହୋଇଥିବା କୋଣାର୍କ ସୂତାକଳ ଏବେ ବନ୍ଦ ପଡସ ରହିଛି । ୫୦ ଏକର ଜମିରେ ନିର୍ମିତ ଏହି ସୂତାକଳ ଏବେ ଭୁତକୋଠି ପାଲଟିଛି । କେସିଙ୍ଗା ଅଞ୍ଚଳରେ କପା ଚାଷ ବହୁଳ ମାତ୍ରାରେ ହେଉଥିବା ବେଳେ ଏହି ସୂତାକଳ ପୁନଃ କାର୍ଯ୍ୟକ୍ଷମ ହୋଇପାରିଲେ ସ୍ଥାନୀୟ କପା ଚାଷୀମାନେ ଉପକୃତ ହୋଇପାରିବେ । ଏହାଛଡା ଏଠାରୁ ବାହାର ରାଜ୍ୟକୁ କାମ ପାଇଁ ଯାଉଥିବା ଲୋକେ ନିଜ ଜିଲ୍ଲାରେ କାମ ପାଇପାରିବେ । ଫଳରେ ଏଠାରେ ବେରୋଜଗାରୀ ସମସ୍ୟା ହ୍ରାସ ପାଇବ । ରାଜ୍ୟ ସରକାର ଚାହିଁଲେ କୋଣାର୍କ ସୂତାକଳ ପୁଣି ଥରେ କାର୍ଯ୍ୟକ୍ଷମ ହୋଇ ପାରିବ । ଏଣୁ ଏଥିପ୍ରତି ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି ।

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ

mahabharatanews

 ଓଡ଼ିଶା ଆସିବେ ଏ ଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

mahabharatanews