ଓଡିଶା

ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ

ପୁରୀ: ଆଜି ପୁରୀରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ନବଦିନ ଯାତ୍ରା ସାରି ଶ୍ରୀଜିଉମାନେ ଶ୍ରୀମନ୍ଦିରରେ ପହଞ୍ଚିବା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ସୁନାବେଶରେ ସୁସଜ୍ଜିତ କରିଥାନନ୍ତି । ଏହି ନିୟମ ଅନୁଯାୟୀ ଅପରାହ୍ନ ୪ଟାରୁ ଏହି ସୁନାବେଶ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଘଣ୍ଟା ପରେ ଏହା ସଂପୂର୍ଣ୍ଣ ହେବ। ଶ୍ରୀଜିଉମାନଙ୍କୁ ପ୍ରାୟ ୨୦୦ କିଲୋ ଓଜନର ସୁନା ଅଳଙ୍କାରରେ ଅଳଙ୍କୃତ କରାଯାଉଛି।ଏହା ପରେ ଶ୍ରୀଜିଉମାନେ ଆଜି ଭକ୍ତଙ୍କୁ ରାତି ୧୧ଟା ଯାଏଁ ସୁନାବେଶରେ ବଡ ଦାଣ୍ଡରେ ଦର୍ଶନ ଦେବେ।
ରଥ ଉପରେ ବର୍ଷକରେ ଥରଟିଏ ସୁନାବେଶ କରାଯାଉ ଥିବାରୁ ଏହାର ଗୁରୁତ୍ୱ ରହୁଛି। ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରିଥାନ୍ତି। କାରଣ ରଥ ଉପରେ ଶ୍ରୀଜିଉଙ୍କର ଏହି ମନଲୋଭା ବେଶ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।
କରୋନା ମହାମାରୀ ପାଇଁ ସଟଡାଉନ କରାଯାଇ ରଥ ଯାତ୍ରା ଠାରୁ ଆରମ୍ଭ କରି ବାହୁଡା ଓ ଆଜି ସୁନା ବେଶ ଅନୁଷ୍ଠିତ ହେଉଛି । ତେଣୁ ଭକ୍ତମାନେ ପ୍ରତ୍ୟକ୍ଷରେ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବା ସମ୍ଭବ ହୋଇ ନ ଥିବା ବେଳେ ଭକ୍ତମ।।ନେ ଟେଲିଭିଜନରେ ଏହି ଦୃଶ୍ୟ ଦେଖି ତୃପ୍ତିଲାଭ କରୁଛନ୍ତି ।

Related posts

କାଲିମେଳା ଓଡିଶା ଜୀବିକା ମିଶନ ପ୍ରଶାସନ ପକ୍ଷରୁପ୍ରଶଂସା ସାଉଁଟିଛନ୍ତି

mahabharatanews

ମାଓବାଦୀଙ୍କ ହିଂସାକାଣ୍ଡ; ଜାଳିଦେଲେ ବିଟ ହାଉସ ସହ ଜେସିବି

mahabharatanews

କଂଗ୍ରେସ ନେତା ତାରା ପ୍ରସାଦ ଅସୁସ୍ଥ

mahabharatanews