ଓଡିଶା

୧୯ ଜିଲ୍ଲାରୁ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

(ମହାଭାରତ/ଭୁବନେଶ୍ୱର): ଆଜି ରାଜ୍ୟର ୧୯ଟି ଜିଲ୍ଲାରୁ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ଆରୋଗ୍ୟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୫୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ରହିଥିବା ବେଳେ ଖୋର୍ଦ୍ଧାରୁ ୨୪ ଜଣ, ମୟୁରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୬ ଜଣ ଲେଖାଏଁ, ରାୟଗଡାରୁ ୫ ଜଣ ଅଛନ୍ତି । ସେହିପରି ଅନୁଗୁଳ, ଝାରସୁଗୁଡା ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ବଲାଙ୍ଗିର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ବାଲେଶ୍ୱର, ଜଗତସିଂପୁର ଓ ନୟାଗଡରୁ ୨ ଜଣ ଲେଖାଏଁ, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୭୪ ହଜାର ୬୭୨ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସେମାନଙ୍କ ମଧ୍ୟରୁ ୭୫୪୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।

Related posts

୧୩  ଓଏଏସଙ୍କ ବଦଳି

mahabharatanews

ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା

mahabharatanews

ଡାକ୍ତରଙ୍କୁ ଦୁର୍ବ୍ୟବହାର: ଜଣେ ଅଟକ

mahabharatanews