Uncategorized

ଜାତିସଂଘରେ ଚୀନର ଭାରତ ବିରୋଧୀ ପ୍ରସ୍ତାବକୁ ଜର୍ମାନ, ଆମେରିକାର ଖଣ୍ଡନ

ନ୍ୟୁୟର୍କ: ଚୀନର ଭାରତ ବିରୋଧି ଷଡଯନ୍ତ୍ର ଭଣ୍ଡୁର ହୋଇ ଯାଇଛି । ଭାରତ ବିରୋଧରେ ଜାତିସଂଘରେ ଚୀନ ଅ।।ଣିଥିବା ପ୍ରସ୍ତାବକୁ ଆମେରିକା ଓ ଜର୍ମାନୀ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ଚାଇନା ୟୁଏନରେ କରାଚୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲା । ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଥିଲେ। ଏହାକୁ ଭିତ୍ତି କରି ଚୀନ ପାକ୍ ତରଫରୁ ଭାରତ ବିରୋଧରେ ମଧ୍ୟ ଏହି ଅଭିଯୋଗ ଆଣିଥିଲା । କିନ୍ତୁ ଆମେରିକା ଓ ଜର୍ମାନୀ ଏହାକୁ ଖଣ୍ଡନ କରି ଦେଇଛନ୍ତି ।
ୟୁଏନରେ ଚୀନ କହିଥିଲା ଯେ, ୟୁଏନର ସଦସ୍ୟ ଥିବା ସମସ୍ତ ଦେଶ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଏହା ବିରୋଧରେ ଏକତ୍ର ହୁଅନ୍ତୁ । ଏହାସହ ପାକିସ୍ତାନ ଅଭିଯୋଗକୁ ସମସ୍ତେ ସମର୍ଥନ କରନ୍ତୁ । ଚୀନ ପକ୍ଷରୁ ଏହି ପ୍ରସ୍ତାବ ଆଗତ ହେବା ପରେ ପ୍ରଥମ ଦେଶ ଭାବେ ଜର୍ମାନୀ ଏହାକୁ ବିରୋଧ କରିଥିଲା । ଏହାପରେ ଆମେରିକା ମଧ୍ୟ ଜର୍ମାନୀ ସହ ତାଳ ମିଳାଇଥିଲା । ଏହି ଦୁଇ ଦେଶ ପ୍ରସ୍ତାବ ଉପରେ ବିଚାର କରିବାକୁ ସମୟ ମାଗିଥିଲେ ।
ସୂଚନାଯୋଗ୍ୟ, ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କରାଚୀ ସ୍ଥିତ ଷ୍ଟକ୍ ଏକ୍ସଚେଞ୍ଜ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଥିଲେ ।

Related posts

ହାତ ଧୋଇବା ଭିଡିଓ ସେୟାର କରି ଟ୍ରୋଲ ହେଲେ ନୁସରତ

mahabharatanews

କରସୋଗ ଘାଟିର ରହସ୍ୟ

mahabharatanews

ଚୁଡ଼ା ଖିରୀ

mahabharatanews

Leave a Comment