ଓଡିଶା

କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଣି ମାଓବାଦୀ ମାନେ ସକ୍ରିୟ ହୋଇଛନ୍ତି। ଜଣେ ସହକାରୀ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ସୋମାର ପୋୟାମ। ସେ ନିକଟରେ ଛୁଟିରେ ମାଥାବାଡା ଗ୍ରାମସ୍ଥିତ ନିଜ ଘରକୁ ଆସିଥିଲେ। ଗତକାଲି ରାତିରେ କେତେକ ମାଓବାଦୀ ତାଙ୍କ ଘରେ ପଶି ପୋୟାମଙ୍କୁ ଧନୁଶର ମାରି ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲେ। ତାଙ୍କ ମାଆବାପାଙ୍କୁ ମଧ୍ୟ ମାଓବାଦୀମାନେ ମାଡ଼ ମାରି ଗୁରୁତର ଆହତ କରିଛନ୍ତି। ପୂର୍ବରୁ ପୋୟାମଙ୍କୁ ପୋଲିସ ଚାକିରି ଛାଡିବାକୁ ମାଓବାଦୀ ଧମକ ଦେଇଥିଲେ। ସେ ନ ଶୁଣିବାରୁ ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି। ଘଟଣା ପରେ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିବା ବିଜାପୁର ଏସ୍ପି କମଲୋଚାନ କାଶ୍ୟପ କହିଛନ୍ତି।

Related posts

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

mahabharatanews

୭୧ ଜଣ ଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି

mahabharatanews

ଏନଆଇଏନଏଲକୁ ଅଧିଗ୍ରହଣ କଲା ଟାଟା

mahabharatanews