ଓଡିଶା

କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଣି ମାଓବାଦୀ ମାନେ ସକ୍ରିୟ ହୋଇଛନ୍ତି। ଜଣେ ସହକାରୀ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ସୋମାର ପୋୟାମ। ସେ ନିକଟରେ ଛୁଟିରେ ମାଥାବାଡା ଗ୍ରାମସ୍ଥିତ ନିଜ ଘରକୁ ଆସିଥିଲେ। ଗତକାଲି ରାତିରେ କେତେକ ମାଓବାଦୀ ତାଙ୍କ ଘରେ ପଶି ପୋୟାମଙ୍କୁ ଧନୁଶର ମାରି ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲେ। ତାଙ୍କ ମାଆବାପାଙ୍କୁ ମଧ୍ୟ ମାଓବାଦୀମାନେ ମାଡ଼ ମାରି ଗୁରୁତର ଆହତ କରିଛନ୍ତି। ପୂର୍ବରୁ ପୋୟାମଙ୍କୁ ପୋଲିସ ଚାକିରି ଛାଡିବାକୁ ମାଓବାଦୀ ଧମକ ଦେଇଥିଲେ। ସେ ନ ଶୁଣିବାରୁ ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି। ଘଟଣା ପରେ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଥିବା ବିଜାପୁର ଏସ୍ପି କମଲୋଚାନ କାଶ୍ୟପ କହିଛନ୍ତି।

Related posts

 ଆସନ୍ତା ୨ ଦିନ ହାଲୁକାରୁ ବର୍ଷା ସମ୍ଭାବନା 

mahabharatanews

ଆରମ୍ଭ ହେଲା ସିଂହଦୁଆରରେ ରୁପାରେ ଛାଉଣୀ  କାମ

mahabharatanews

କୋଚିଳାଡ଼ିହା ବିଜୁ ଯୁବବାହିନୀ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

mahabharatanews