ଓଡିଶା

ସରପଞ୍ଚଙ୍କ ଅବହେଳା ଯୋଗୁଁ ପଞ୍ଚାୟତବାସୀଙ୍କୁ ବ୍ୟାପିପାରେ କରୋନା

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଦିନକୁ ଦିନ କରୋନାର କାୟା ବିସ୍ତାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।କିନ୍ତୁ ଦୁଖର ବିଷୟ ଯେଉଁ ସମୟରେ ଗଞ୍ଜାମ ଜିଲ୍ଲାରେ ଗୋଟିଏ ବି କରୋନା ପଜିଟିଭ ବାହାରି ନ ଥିଲା ସେହି ସମୟରେ ରାଳବ ଗ୍ରାମର ମୂଖ୍ୟ ରାସ୍ତାକୁ ବେରିଗେଟ୍ ମାଧ୍ୟମରେ ବନ୍ଦ କରି ଦିଆ ଯାଇଥିଲା।କିନ୍ତୁ ଏବେ ନିଜ ବ୍ଲକ୍ ହିଞ୍ଜିଳିକାଟୁ ସହ ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତରେ ମଧ୍ୟ ବାହାରିଲାଣି।ସରପଞ୍ଚଙ୍କୁ ମଧ୍ୟ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ପ୍ରତିଦିନ ଗ୍ରାମ ମଧ୍ୟକୁ ଅନେକ ମାଛ,ପରିବ ଏବଂ ଅନ୍ୟାନ୍ୟ ବ୍ୟବସାୟୀ ଗ୍ରାମକୁ ଆସି ବ୍ୟବସାୟ କରି ଯାଆନ୍ତି।ସରପଞ୍ଚଙ୍କ ଦୃଷ୍ଟି ଏହା ଉପରେ କିପରି ପଡୁନି ?ସରପଞ୍ଚ କେବେ ଜିଲ୍ଲା ପାଳ କ୍ଷମତାର ସଦୁପଯୋଗ କରିବେ ତାହା ଦେଖିବାକୁ ରହିଲା ବାକି। ସରପଞ୍ଚଙ୍କ ଅବହେଳା ଯୋଗୁଁ ସାରା ଗ୍ରାମ ପଞ୍ଚାୟତବାସୀଙ୍କୁ ବ୍ୟାପି ଯାଇ ପାରେ କରୋନା ପଜିଟିଭ। ଏଣୁ ଶୀଘ୍ର ରାଳବ ଗ୍ରାମ ପଞ୍ଚାୟତକୁ କିଛି ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଉ ବୋଲି ସରପଞ୍ଚ ମୋହୋଦୟଙ୍କୁ ଅନୁରୋଧ କଲେ ଗ୍ରାମର ସମାଜ ସେବି ନୀଳ ଭଉଳ ।

Related posts

ବିଧବା ମହିଳା ଆବାସ ଗୃହରୁ ବଂଚିତ ଘଟଣା,ବିଡିଓଙ୍କୁ ଏଲ୍.ମାଣିକ୍ୟ ପ୍ରଭା

mahabharatanews

ସହିଦ ସପ୍ତାହ: ଜବତ ହେଲା ମାଓ ବ୍ୟାନର

mahabharatanews

ପୁଣି ଡେଲାଙ୍ଗରେ ବୋମା ମାଡ

mahabharatanews