ଓଡିଶା

ବରୀରେ ସଟଡାଉନ ବେଳେ ଇ-ଚାଲାଣର ଶୁଭାରମ୍ଭ

(ମହାଭାରତ/ବରୀ): କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ସରକାର ଯାଜପୁର ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଅତି ଜରୁରୀ ନଥିଲେ କେହି ବାହାରକୁ ନ ବାହାରିବାକୁ ଅନୁରୋଧ କରାଯାଇଛି। ତେବେ ଶନିବାର ଏହି ନିୟମ ଉଲଙ୍ଘନ କରୁଥିବା କିଛି ଅମାନିଅଙ୍କୁ ବାଟକୁ ଆଣିବା ପାଇଁ ବରୀ ମୁଖ୍ୟ ବଜାର ମାଉଣ୍ଟ ଠାରେ ବରୀ ପୋଲିସ ପକ୍ଷରୁ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ସହ ଏଠାରେ ଇ-ଚାଲାଣର ଶୁଭାରମ୍ଭ କରାଯାଇଛି। ବିନା ମାସ୍କ ଓ ହେଲମେଟରେ ଗାଡି ଚଳାଉଥିବା ଚାଳକମାନଙ୍କୁ ଅଟକାଇ ଇ-ଚାଲାଣ ଜରିଆରେ ଫାଇନ ଆଦାୟ କରାଯାଇଛି । ଏନେଇ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି। ଇ-ଚାଲାଣ ଦ୍ଵାରା ଫାଇନ କାଟିବାର ୭ ଦିନ ମଧ୍ୟରେ ଏ ବାବଦ ଅର୍ଥ ରାଶି ଥାନାରେ ପୈଠ କରିବାକୁ ସୁବିଧା ଅଛି। ବରୀ, କାଇପଡା, ବାଲିଆ, ରତ୍ନଗିରି, ବାଲିଆପାଳ, ମାଳଦ. ସଂଖାରିଗଡା ଆଦି ଛକ ମାନଙ୍କରେ ବରୀ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ସପ୍ତାହାନ୍ତ ସଟଡାଉନକୁ ନେଇ ବରୀର ଜନସାଧାରଣ ସଚେତନ ହୋଇଛନ୍ତି । ଖୁବ୍ କମ୍ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବଜାରକୁ ଆସୁଥିବା ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related posts

କୁତ୍ରା ଥାନା ଉଦ୍ଘାଟିତ

mahabharatanews

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

mahabharatanews

ଷଡ଼ଙ୍ଗୀ ରେଞ୍ଜ ଲତାଦେଇପୁର ନିକଟରେ ବୁଲୁଛି ଅସୁସ୍ଥ ହାତୀ

mahabharatanews