ଓଡିଶା

ପାଟଣା ବ୍ଲକରେ ସପ୍ତାହାନ୍ତ ସଟଡାଉନ କଡାକଡି

(ବିଜୟ କୁମାର କାରୁଆ/ପାଟଣା):ସାରା ରାଜ୍ୟରେ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି । ଫଳରେ ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ଦେଖାଯାଉଛି । ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ଜିଲ୍ଲା ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ମାସର ପ୍ରତ୍ୟେକ ଶନିବାର ଓ ରବିବାର କେନ୍ଦୁଝର ସଟଡାଉନ ରହିବ । ଆଜି ପାଟଣା ବ୍ଲକରେ ଏହି ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ପାଟଣା ଥାନା, ବଜାର, କଣ୍ଟିଆପଡା, ରାଜନଗର ବଜାର ଗୁଡିକରେ କେବଳ ଔଷଧ ଦୋକାନଗୁଡିକୁ ବାଦ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଛି । ଏହି ସମୟରେ ଅମାନିଆଙ୍କୁ ତାଗିଦ କରିବା ପାଇଁ ପାଟଣା ଓ ତୁରୁମୁଙ୍ଗା ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି ।

Related posts

ଅବ୍ୟବସ୍ଥା ଘେରରେ, ଆଇସୋଲେସନ ସେଣ୍ଟର

mahabharatanews

ଓଡ଼ିଶା ମିଲେଟ ମିସନକୁ ଗ୍ଲୋବାଲ ମଡେଲ୍‌ ପୁରସ୍କାର

mahabharatanews

ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’

mahabharatanews