ଓଡିଶା

ଚୌଦ୍ୱାର ଜେଲ ୱାର୍ଡରଙ୍କୁ କରୋନା

(ମହାଭାରତ/କଟକ): ମହାମାରୀ କରୋନା ପାଇଁ ସ୍ଥିତି କଟକରେ ଏବେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବର୍ତ୍ତମାନ ଏହା କଟକ ଚୌଦ୍ୱାର ଜେଲରେ ପ୍ରବେଶ କରିଛି । ଏଠାରେ ଜେଲର ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏସମ୍ପର୍କରେ ଜଲେ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଜଣେ କଏଦୀଙ୍କ ଚିକିତ୍ସା ଚାଲିଥିଲା । ସେଠାରେ ୪ ଜଣ ୱାର୍ଡର ଡ୍ୟୁଟି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି । ଏହା ଜଣାପଡିବା ପରେ ଜେଲ ଓ ବାରାକ ଷ୍ଟାଫଙ୍କ ସ୍ୱାବ ଟେଷ୍ଟ ପାଇଁ ଜେଲ ସୁପରିଟେଣ୍ଡେଣ୍ଟ ପ୍ରଶାସନକୁ ଚିଠି ଲେଖିଛନ୍ତି । ଏହାସହ ଜେଲ ପ୍ରବେଶ ପୂର୍ବରୁ ନୂଆ ଅନ୍ତେବାସୀଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ସେ କହିଛନ୍ତି ।

 

Related posts

 ୮ ଯାଏ ଚାଲିବ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

ବିଭିନ୍ନ ଦାବି ନେଇ ମିଳିତ ଅମଲା ମଞ୍ଚର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ

mahabharatanews

ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ

mahabharatanews