ଓଡିଶା

ବୋଲବମ ଯାତ୍ରା ବନ୍ଦ ପାଇଁ ହିଞ୍ଜିଳି ତହସିଲର ବିଜ୍ଞପ୍ତି

(ରଜନୀକାନ୍ତ ପାତ୍ର/ହିଞ୍ଜିଳି):ଚଳିତବର୍ଷ ବୋଲବମ ଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶକୁ ଦୃଷ୍ଟିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ତହସିଲ ପକ୍ଷରୁ ଏଥର ବୋଲବମ ଯାତ୍ରା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାମାରୀ କରୋନା ଯୋଗୁଁ ଜିଲ୍ଲାରେ ହେବାକୁ ଥିବା ଭିଡକୁ ଏଡାଇବା ପାଇଁ ଉକ୍ତ ଯାତ୍ରାରୁ ବିରତ ରହିବାକୁ ଅଞ୍ଚଳର ସମସ୍ତ ନାଗରିକ ଓ ମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରାଯାଇଛି । ଯଦି କେହି ଏହାର ଉଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି ।

Related posts

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews

ଗିରଫ ହେଲେ ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି

mahabharatanews

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

mahabharatanews