ଓଡିଶା

ପୋଲ ତଳକୁ ଖସି ପଡିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

(ମହାଭାରତ/ବରୀ): ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବରୁଆଁ ମୁଖ୍ୟ ରାସ୍ତା ବାଲିଆପାଳ ଛକ ଠାରେ ଏକ ଅଘଟଣ ଘଟିଛି । ଏକ ବଜୁରୀ ବୋଝେଇ ହାଇୱା ଟ୍ରକ ଏହି ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ସୂଚନା ମିଳିଛି । ତେବେ ଗାଡି ଡ୍ରାଇଭର ଜଣକ ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । ସୁଚନା ଅନୁଯାୟୀ, ହାଇୱାଟି ବଜୁରୀ ଲୋଡ କରି ବରୀ ଅଭିମୁଖେ ଆସୁଥିବା ବେଳେ ବାଲିଆପାଳ ଛକ ଠାରେ ଭାରସାମ୍ୟ ହରାଇଥିଲା ଏବଂ ଏଠାରେ ଥିବା ପୋଲ ତଳକୁ ଖସି ପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଉକ୍ତ ଗାଡିର ମାଲିକଙ୍କୁ ଖବର ଦେଇଛି । ତେବେ ଗାଡି ଡ୍ରାଇଭର ଫେରାର ଥିବାରୁ କେଉଁ କାରଣରୁ ଏହି ଦୂର୍ଘଟଣା ଘଟିଲା ତାହା ଏଯାଏ ଜଣାପଡି ନଥିବା ବରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related posts

ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ଚୋରା ଚାଲାଣ ହେଉଥିବା ବେଳେ ଓଲଟିଲା ଭେନ…

mahabharatanews

ଜାନୁଆରୀ ୧୮ରୁ ଫେବ୍ରୃଆରୀ ୧୭ ପର୍ଯ୍ୟନ୍ତ ପାଳିତ ହେବ ସଡକ ସୁରକ୍ଷା ମାସ

mahabharatanews

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews