ଓଡିଶା

ପୋଲ ତଳକୁ ଖସି ପଡିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

(ମହାଭାରତ/ବରୀ): ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ବରୁଆଁ ମୁଖ୍ୟ ରାସ୍ତା ବାଲିଆପାଳ ଛକ ଠାରେ ଏକ ଅଘଟଣ ଘଟିଛି । ଏକ ବଜୁରୀ ବୋଝେଇ ହାଇୱା ଟ୍ରକ ଏହି ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ସୂଚନା ମିଳିଛି । ତେବେ ଗାଡି ଡ୍ରାଇଭର ଜଣକ ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । ସୁଚନା ଅନୁଯାୟୀ, ହାଇୱାଟି ବଜୁରୀ ଲୋଡ କରି ବରୀ ଅଭିମୁଖେ ଆସୁଥିବା ବେଳେ ବାଲିଆପାଳ ଛକ ଠାରେ ଭାରସାମ୍ୟ ହରାଇଥିଲା ଏବଂ ଏଠାରେ ଥିବା ପୋଲ ତଳକୁ ଖସି ପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ଉକ୍ତ ଗାଡିର ମାଲିକଙ୍କୁ ଖବର ଦେଇଛି । ତେବେ ଗାଡି ଡ୍ରାଇଭର ଫେରାର ଥିବାରୁ କେଉଁ କାରଣରୁ ଏହି ଦୂର୍ଘଟଣା ଘଟିଲା ତାହା ଏଯାଏ ଜଣାପଡି ନଥିବା ବରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related posts

ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

mahabharatanews

 ଥମୁନି ହାତୀପଲଙ୍କ ଉପଦ୍ରବ

mahabharatanews

ନିଶ୍ଚିତ ମୃତ୍ୟୁରୁ ବଞ୍ଚିଲେ ୫ ଜଣ

mahabharatanews