Uncategorized

ପେରୁରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

(ନୂଆଦିଲ୍ଲୀ):ବିଶ୍ୱରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି । ସଂକ୍ରମଣ ତାଲିକାର ଶୀର୍ଷରେ ଥିବା ପ୍ରଥମ ୩ଟି ରାଷ୍ଟ୍ର ଆମେରିକା, ବ୍ରାଜିଲ୍ ଏବଂ ଭାରତରେ ଲଗାତାର ସଂକ୍ରମଣ ବଢୁଛି। ଭାରତ ପଛକୁ ରୁଷ୍ ଏବଂ ପେରୁରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। କରୋନା ସଂକ୍ରମଣ ମାମଲାରେ ପେରୁ ଏବେ ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛି। ପେରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଏଯାଏ ମୋଟ ୩ ଲକ୍ଷ ୨ ହଜାର ୭୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ଅଧିକାଂଶ ମାମଲା ରାଜଧାନୀ ଲିମାରୁ ଚିହ୍ନଟ ହୋଇଛି। ଲିମାରୁ ୧ ଲକ୍ଷ ୬୫ ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଇଛି। ପେରୁରେ ୧୦ ହଜାର ୫ ଶହରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଲାଟିନ ଆମେରିକାରେ ବ୍ରାଜିଲ ପରେ ପେରୁ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର।
ଅନ୍ୟପକ୍ଷେ ଇଜିପ୍ଟରେ ମଧ୍ୟ କରୋନା ସଂକ୍ରମଣ ବଢ଼ି ଚାଲିଛି। ଏଠାରେ କରୋନା ସଂକ୍ରମଣ ମାମଲା ୭୬ ହଜାର ଟପିସାରିଛି। କିନ୍ତୁ ରାଷ୍ଟ୍ରରେ କରୋନା ସହ ଲଢ଼ିବାପାଇଁ ସ୍ବାସ୍ଥ୍ୟ ସୁବିଧା ସେଭଳି ସୁଦୃଢ଼ ନାହିଁ। ମିଳିଥିବା ସୂଚନାନୁଯାୟୀ, ଇଜିପ୍ଟର ବିଭିନ୍ନ ହସ୍ପିଟାଲରେ ଯାବତୀୟ ସମସ୍ୟା ରହିଛି। ଡାକ୍ତରମାନଙ୍କ ପାଇଁ ପିପିଇ କିଟର ମଧ୍ୟ ଅଭାବ ଦେଖାଦେଇଛି। କିନ୍ତୁ ସମସ୍ୟା ସମ୍ପର୍କରେ ମୁହଁ ଖୋଲିବାକୁ ଡାକ୍ତରମାନଙ୍କୁ ମନା କରାଯାଇଛି। ଏହା ବିରୋଧରେ ମୁହଁ ଖୋଲିବାରୁ ମହାମାରୀ ଆରମ୍ଭ ହେବାପରଠାରୁ ଏଯାବତ୍ ୧୦ ଜଣ ଡାକ୍ତର ଏବଂ ୬ ଜଣ ସାମ୍ବାଦିକ ଗିରଫ ହୋଇଛନ୍ତି। କୌଣସି ପ୍ରକାର ଅଭିଯୋଗ କଲେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଧମକ ଦିଆଯାଉଛି।

Related posts

ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଳିଲାନି କାନ୍ଧ: ମୃତଦେହ ସାଇକେଲରେ ରଖି ଏଣେତେଣେ ବୁଲିଲେ ବୃଦ୍ଧ

mahabharatanews

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

mahabharatanews

୭ବର୍ଷ ପଛୁଆ ଦେଶ: ଏବେ ବି ଏଠାରେ ଚାଲିଛି ୨୦୧୨ ମସିହା

mahabharatanews