(କାହ୍ନୁ ଚରଣ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ନିକଟସ୍ଥ ତାରିଣୀ ପୀଠରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ରିଷିଡା ଗାଁର ସ୍ୱର୍ଗତ ଉମାକାନ୍ତ ରଣାଙ୍କ ପୁଅ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ଯୁବକ ଜଣକ ଖାଇ ସାରିବା ପରେ ଘର ବାହାରକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ରାତିରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ମଙ୍ଗଳବାର ସକାଳେ ଏଠାରେ ଥିବା ତାରିଣୀ ପୀଠରେ ଯୁବକଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ମୃତକଙ୍କ ବଡ ଭାଇ ରିଷିଡା ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ପରେ ରାମପୁର ପୋଲିସ ଓ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟ ବାସନ୍ତି ସେଠୀଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମ.ରାମପୁରକୁ ପଠାଇଥିଲେ।
previous post
next post