ଓଡିଶା

କଟକ ସହରରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ 

କଟକ: କଟକ ଜିଲ୍ଲା ଓ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କଟକ ଏସସିବି ମେଡିକାଲ କଲେଜ, ଆଚାର୍ୟ୍ୟ ହରିହର କର୍କଟ ହସ୍ପିଟାଲ, ଶିଶୁ ଭବନ ଓ କଟକ ସିଟି ହସ୍ପି ଟାଲରେ ଆଜିଠାରୁ କରୋନା ଆଣ୍ଟିଜେନ୍‍ ଟେଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟ ମାଧ୍ୟମରେ ମାତ୍ର ୩୦ ମିନିଟ ମଧ୍ୟରେ ବ୍ୟକ୍ତି କରୋନା ଆକ୍ରାନ୍ତ କି ନାହିଁ ଜଣାପଡିବ । ଫଳରେ ୪ଟି ମେଡିକାଲରେ ଚିକିତ୍ସିତ ରୋଗୀ, ପାରା ମେଡିକାଲ କର୍ମଚାରୀ, ରୋଗୀ ସହାୟକ ଓ କର୍ମଚାରୀଙ୍କୁ ଅଲଗା ରଖାଯାଇପାରିବ। କରୋନା ପଜିଟିଭ ବାହାରୁ ଥିବା ଲୋକଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇ ପାରିବ ଓ ଅନ୍ୟମାନଙ୍କୁ ହସ୍ପିଟାଲରେ ରଖାଯାଇ ନିୟମିତ ଚିକିତ୍ସା କରାଯିବ।
ଆଜି ୪ଟି ହସ୍ପିଯଟାଲରେ ଥିବା ରୋଗୀମାନଙ୍କର ଆଣ୍ଟିଜେନ୍‍ ଟେଷ୍ଟ ଆରମ୍ଭ ହୋଇଛି। ଏ ସମ୍ପର୍କରେ ରାଜ୍ୟ କୋଭିଡ ପରିଚାଳନା ବୈଷୟିକ କମିଟିର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ସୂଚନା ଦେଇ କହିଛନ୍ତି କି, ଇତି ମଧ୍ୟରେ ସବୁ ହସ୍ପିଟାଲରେ ଆଣ୍ଟିଜେନ କିଟ ପହଂଚି ସାରିଛି ଓ ଆଜିଠାରୁ ଟେଷ୍ଟ ଆରମ୍ଭ ହୋଇଛି। ସେହିପରି ୪ଟି ହସ୍ପିଟାଲରେ ଦେଖା ଦେଇଥିବା କରୋନା ସମସ୍ୟାକୁ କିପରି ପ୍ରତିହତ କରାଯିବ ସେ ନେଇ ୪ଟି ଯାକ ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ସେ କହିଛନ୍ତି।
ଆଜି କଟକ ଜିଲ୍ଲାରେ ନୂଆ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ କଟକ ସହରର ବୋଲି ସୂଚନା ମିଳିଛି। ତେବେ ଆଚାର୍ୟ୍ୟ ହରିହର କଟକ କେନ୍ଦ୍ରରେ ନୂଆ ରୋଗୀଙ୍କୁ ଏବେ ଭର୍ତ୍ତି କରାଯାଉନାହିଁ। ଅପରପକ୍ଷେ ସଟ୍ଡା୍ଉନ ଯୋଗୁଁ ଶିଶୁଭବନ ଆଉଟଡୋରରେ ମଧ୍ୟ ରୋଗୀ ସଂଖ୍ୟା ହ୍ରାସ ପାଇଛି।

Related posts

ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ 

mahabharatanews

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

mahabharatanews

ଉଛୁଳୁଛି ହୀରାକୁଦ; ଖୋଲିଲା ଆଉ ୩ଟି ଗେଟ 

mahabharatanews