ଓଡିଶା

ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ

(ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହୋଇଯାଇଛି।ଏହା ୧୬ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ।ଏହି ଅବସରରେ ଡିଆରଡିଏ ସମ୍ବିଳନୀ କକ୍ଷରେ ମୁଖ୍ୟ ଅତିଥି ଭାବରେ ଅବକାରୀ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଯୋଗଦେଇ ସଭାଗୄହ ସାମନାରେ ଥିବା ବିଭିନ୍ନ ଷ୍ଟଲ ଗୁଡିକ ଉଦ୍ ଘାଟନ କରିଥିଲେ।ଏହାପରେ ସମ୍ବିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଙ୍କ ଅଭିଭାଷଣ ରେ କୄଷକ ଆୟକୁ ଦୁଇଗୁଣ କରିବା ପାଇଁ ପରାମର୍ଶ ଦେଇଥିଲେ।ପାଣି ପଞ୍ଚାୟତ ର କର୍ମ କର୍ତ୍ତା ମାନଙ୍କ ମଧ୍ୟରେ ଏକତା ଓ ସହଯୋଗ ରହିଲେ କୄଷୀ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କହିଥିଲେ। ଏହ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକରୁ ଆସିଥିବା ଉଠା ଜଳସେଚନ ଅନ୍ତର୍ଗତ ଶତାଧିକ ପାଣି ପଞ୍ଚାୟତର କର୍ମକର୍ତ୍ତା ଓ ଚାଷୀ ମାନେ ଯୋଗଦେଇ ଥିଲେ।

Related posts

ଦାଦାବଟି ନ ଦେବାରୁ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲଙ୍କ ମାଡ

mahabharatanews

“ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ”: ମୁଖ୍ୟମନ୍ତ୍ରୀ

mahabharatanews

୨୬ରେ ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews