ଓଡିଶା

ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ହୋଇଥିବା ଟ୍ୟୁମର୍‌ ବାହାରକଲେ ସମ ବିଶେଷଜ୍ଞ

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର ସଫଳ । ଜଣେ ବୟସ୍କ ମହିଳାଙ୍କର ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ହୋଇଥିବା ଟ୍ୟୁମର୍‌କୁ ବିରଳ ମିନିମାଲ୍ ଇନ୍‌ଭେସିଭ୍ ପ୍ରୋସିଡ୍ୟୁର୍ ମାଧ୍ୟମରେ କାଢ଼ି ବାହାର କରିବାରେ ସଫଳ ହୋଇଛନ୍ତି ବିଶେଷଜ୍ଞ । ହସ୍ପିଟାଲର ଇଏନ୍‌ଟି ଏବଂ ସ୍କଲ ବେସ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ ଏଣ୍ଡୋସ୍କୋପିକ୍ ସ୍କଲ ବେସ୍ ସର୍ଜରୀ ପ୍ରକ୍ରିୟାରେ ପ୍ରଭା ତିୱାରୀ ନାମକ ମହିଳା ରୋଗୀଙ୍କ ମସ୍ତିଷ୍କର ଟ୍ୟୁମର୍‌କୁ ବାହାର କରିବାରେ ସଫଳ ହୋଉଛନ୍ତି।
ଏହି ଟ୍ୟୁମର ଯୋଗୁଁ ସମ୍ପୃକ୍ତ ମହିଳା ଜଣଙ୍କ ପ୍ରବଳ ମୁଣ୍ଡ ବ୍ୟଥାର ଶିକାର ହେବା ସହିତ ତାଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଉଥିଲା । ସଂପୃକ୍ତ ମହିଳାଙ୍କର ପୁତ୍ର ଡଃ ଦେବୀ ପ୍ରସାଦ ତିୱାରୀ ନୂଆଦିଲ୍ଲୀ ସ୍ଥିତ ଏମ୍‌ସରୁ ଏମ୍‌.ସି.ଏଚ୍ କରିଥିବା ଜଣେ ୟୁରୋଲୋଜିଷ୍ଟ ହୋଇଥିଲେ ମଧ୍ୟ ସେ ତାଙ୍କ ମାଆଙ୍କୁ ସଡକ ପଥ ଦେଇ ଏକ ହଜାର କିମି ଅତିକ୍ରମ କରି ସୁଦୂର ବିହାରର ସମସ୍ତିପୁରରୁ ସମ୍ ଅଲ୍ଟିମେଟ ମେଡିକେୟାରକୁ ଆଣିଥିଲେ । ସାରା ଭାରତର ବିଶେଷଜ୍ଞ ଏବଂ ହସ୍ପିଟାଲ୍ ମାନଙ୍କରେ ଥିବା ଚିକିତ୍ସା ବ୍ୟବସ୍ଥାକୁ ତନଖି ଦେଖିବା ପରେ ଶେଷରେ ସମ୍ ଅଲ୍ଟିମେଟ୍ କୁ ଆଣିବାକୁ ନିଷ୍ପତି ନେଇଥିଲେ।

Related posts

ଧାରଣା ଦେଲେ ଅଙ୍ଗନୱାଡି କର୍ମୀ

mahabharatanews

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ ଶିକ୍ଷକ ଶିକ୍ଷୟତ୍ରୀ

mahabharatanews

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews