ପ୍ରତିବର୍ଷ ସୁନିଆ ଅବସରରେ ଅଙ୍କ କଷିବା ରାଜ ପରିବାରର ଏକ ପ୍ରମୁଖ ପରମ୍ପରା । ପାରଳା ରାଜ ପରିବାରର ଚଳିତ ଶାସନକୁ 6 ବର୍ଷ ପୂର୍ତ୍ତି ହୋଇ 7 ବର୍ଷ ଆରମ୍ଭ ହୋଇଛି।।ତେଣୁ ରାଜପରିବାରଙ୍କ ଇଷ୍ଟଦେବୀ ମାଣିକେଶ୍ବରୀଙ୍କ ପୀଠରେ ଅଙ୍କ କଷା କାର୍ଯ୍ୟକ୍ରମ ଅନୁଷ୍ଠିତ।ପାରଳା ରାଜପରିବାର ଇତିହାସରେ ଜଣେ ରାଜ କନ୍ୟା ଅଙ୍କ କଷିଥିବାରୁ ଏହି ଦୃଶ୍ଯକୁ ଦେଖିବା ପାଇଁ ମାଣିକେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା

ତେବେ ଏହି ପୂଜା ଵିଧିକୁ ନେଇ ମନ୍ଦିର ପୂଜକ କହିଛନ୍ତି ଯେ, “ବିଭିନ୍ନ ଦେବୀ ପୀଠରେ ପଶୁ ବଳି ପରମ୍ପରା ରହିଥିବା ବେଳେ, ପାରଳାଖେମୁଣ୍ଡିରେ ମାଆ ମାଣିକେଶ୍ବରୀଙ୍କ ପୀଠରେ ମାଗୁର ମାଛକୁ ବଳି ଦିଆଯାଇଥାଏ ।” ଶାସନ ଭାର ଗ୍ରହଣ କରିଥିବା ରାଜାମାନେ ଗତ ବର୍ଷର ଲାଭ କ୍ଷତି, ଭଲ ମନ୍ଦର ହିସାବ ଇଷ୍ଟ ଦେବୀଙ୍କ ନିକଟରେ ଜଣାଇବା ପରମ୍ପରାକୁ ଅଙ୍କ କଷା କୁହାଯାଏ ।ଶାସନ ଭାର ଗ୍ରହଣ କରିଥିବା ରାଜା ଏହି ପରମ୍ପରା ଅନୁସାରେ ଅଙ୍କ କଷିବା ନିୟମ ରହିଛି।

ଗଜପତି ଚଳିତ ବର୍ଷ ଏହି ଦିନ ଠାରୁ କନକଦୁର୍ଗାଙ୍କ ଖଣ୍ଡା ମାଣିକେଶ୍ବରୀଙ୍କ ନିକଟରେ ରଖାଯାଇ ମହାଷ୍ଟମୀ ଯାଏଁ ପୂଜା ପାଇବେ ।ତେଣୁ ସ୍ବତନ୍ତ୍ର ରିତିନୀତିରେ ପୂଜାର୍ଚ୍ଚନା କରାଯାଇ ଏହି କାର୍ଯ୍ୟ ସମ୍ପାଦାନ କରାଯାଇଛି।
